fbpx

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନଭିସ୍

ମହାରାଷ୍ଟ୍ର,୨୬ା୧୧: ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାରଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଫଡ଼ନଭିସ ଇସ୍ତଫା ଦେଇଥିବା ସେ ନିଜେ ଘୋଷଣା କରିଛନ୍ତି । ଆସନ୍ତାକାଲି ବହୁମତ ସାବ୍ୟସ୍ତ ପୂର୍ବରୁ ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ଆମ ପାଖରେ ବହୁମତ ନାହିଁ ତେଣୁ ମୁଁ ଇସ୍ତଫା ଦେଉଛି । ଆମେ ବିରୋଧୀ ଆସନରେ ବସିବୁ । ନୂଆ ସରକାରଙ୍କୁ ଆମେ କାମକରିବା ଶିଖେଇବୁ ବୋଲି ସେ କହିଛନ୍ତି । ଆମ ଉଦ୍ଦେଶ୍ୟ କେବେ ବି ମନ୍ଦ ନଥିଲା ବୋଲି ମଧ୍ୟ ଫଡ଼ନଭିସ କହିଛନ୍ତି । ସାମ୍ବାଦିକ ସମ୍ମିଳନୀ ପରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବେ ବୋଲି ସେ କହିଛନ୍ତି ।

ସେ ଏହା ମଧ୍ୟ ସମ୍ମିଳନୀରେ କହିଛନ୍ତି ଯେ ବିଜେପିକୁ ସବୁଠୁ ଅଧିକ ଜନମତ ମିଳିଥିଲା । ବିଜେପିକୁ ୧୦୫ ଆସନ ମିଳିଥିଲା । ଏହାଛଡ଼ା ପ୍ରଥମ ସାମ୍ବାଦିକ ସମ୍ମିଳନୀରୁ ହିଁ ଶିବସେନା ସୌଦାବାଜି ଆରମ୍ଭ କରିଥିଲା । ସରକାର ଗଠନ ପାଇଁ ଆମେ ଦୀର୍ଘଦିନ ଧରି ଶିବସେନାକୁ ଅପେକ୍ଷା କଲୁ । କିନ୍ତୁ ଶିବସେନା କଂଗ୍ରେସ-ଏନସିପି ସହ କଥାବାର୍ତ୍ତା ଆରମ୍ଭ କଲା ।

ଉଲ୍ଲେଖଯୋଗ୍ୟ ଯେ ଗତ ୨୩ତାରିଖ ଦିନ ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଯାଇଥିଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ନେଇଥିଲେ । ରାଜ୍ୟରେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ସରକାର ଗଢିବାକୁ ଯୋଜନା କରୁଥିବା ବେଳେ ବାଜି ମାରିନେଇଥିଲା ବିଜେପି ।

Get real time updates directly on you device, subscribe now.