fbpx

ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର !

ମହାରାଷ୍ଟ୍ର.୨୬ା୧୧: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ନୂଆ ମୋଡ ଦେଖିବାକୁ ମିଳିଛି । ଆଜି ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଜିତ ପାୱାର । ଅଜିତଙ୍କୁ ଆଜି ମନାଇବାକୁ ଉଦ୍ୟମ କରିଥିଲେ ଏନସିପି ଦଳର ମୁଖ୍ୟ ଶରଦ ପାୱାରଙ୍କ ଝିଅ ସୁପ୍ରିୟା । ଏହାସହ ଅପରାହ୍ନ ସାଢ଼େ ୩ଟାରେ ସାମ୍ବାଦିକ ସମ୍ମିଳନୀ ସହ ବଡ଼ ଘୋଷଣା କରିପାରନ୍ତି ଦେବେନ୍ଦ୍ର ଫଡ଼ନଭିସ ବୋଲି ସୂଚନା ମିଳିଛି । ସେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ୨୩ତାରିଖ ଦିନ ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଯାଇଥିଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ନେଇଥିଲେ । ରାଜ୍ୟରେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ସରକାର ଗଢିବାକୁ ଯୋଜନା କରୁଥିବା ବେଳେ ବାଜି ମାରିନେଇଥିଲା ବିଜେପି ।

Get real time updates directly on you device, subscribe now.