fbpx

କାଶ୍ମୀର ବିଶ୍ୱବିଦ୍ୟାଳୟ ବାହାରେ ବିସ୍ଫୋରଣ, ୪ ଗୁରୁତର

ଶ୍ରୀନଗର,୨୬ ।୧୧: ଶ୍ରୀନଗରରେ ଥିବା କାଶ୍ମୀର ବିଶ୍ୱବିଦ୍ୟାଳୟ ବାହାରେ ଗ୍ରେନେଡ ବିସ୍ଫୋରଣ ହୋଇଛି । ବିଶ୍ୱବିଦ୍ୟାଳୟର ପାର୍କିଂ ସ୍ଥଳରେ ହୋଇଥିବା ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସୁରକ୍ଷାବଳ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଦେଇଛନ୍ତି । ତେବେ ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର ପ୍ରକୃତ କାରଣ ଜାଣିପାରିନାହିଁ ।

Get real time updates directly on you device, subscribe now.