fbpx

ଆସନ୍ତାକାଲି ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ

ମୁମ୍ବାଇ,୨୬ ।୧୧: ମହାରାଷ୍ଟ୍ର ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଫ୍ଲୋର ଟେଷ୍ଟ । ସନ୍ଧ୍ୟା ୫ଟା ପୂର୍ବରୁ ବହୁମତ ପରୀକ୍ଷା ଦେବେ ବିଭିନ୍ନ ଦଳ । ଓପନ୍ ବାଲଟରେ ଆସ୍ଥା ଭୋଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଫ୍ଲୋର ଟେଷ୍ଟର ସିଧା ପ୍ରସାରଣ ପାଇଁ କୋର୍ଟର ନିର୍ଦ୍ଦେଶ ।

ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡନାଭିସ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଅସ୍ଥାୟୀ ବାଚସ୍ପତି ଏହି ଆସ୍ଥା ଭୋଟର ପରିଚାଳନା କରିବେ । ପ୍ରଥମେ ବିଧାୟକମାନେ ଶପଥ ଗ୍ରହଣ କରିବା ପରେ ବହୁମତ ପରୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.