fbpx

ବାଲେଶ୍ୱର ଆଲଏଜ ଖଣିରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

ବାଲେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲାର କାଳିଆପାଣି ସ୍ଥିତ ଆଲଏଜ ଖଣିରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଚିଙ୍ଗୁଡିପାଳ ଗ୍ରାମର ଦୁର୍ଯ୍ୟୋଧନ ମହାନ୍ତ ।

ତେବେ ସୂଚନା ଅନୁସାରେ, ଖଣି ପିଟ ବଟମଠାରେ ଥିବା ଡିଜିରେ ତେଲ ଭର୍ତ୍ତି କରୁଥିବା ସମୟରେ ଅଚାନକ୍ ଟାଙ୍କି ଫାଟିଯାଇଥିଲା । ଡିଜି ଟାଙ୍କିରେ ନିଆଁ ଲାଗିବାରୁ ସେଠାରେ ଉପସ୍ଥିତ ଥିବା ପମ୍ପ ଅପରେଟର ଦୁର୍ଯ୍ୟୋଧନ ଗୁରୁତର ଆହତ ହୋଇଥିଲେ । ଦୁର୍ଯ୍ୟୋଧନଙ୍କ ଶରୀରର ଅଣ୍ଟାଟାରୁ ବେକ ପର୍ଯ୍ୟନ୍ତ ଓ ଦୁଇ ହାତ ପୋଡି ଯାଇଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପରେ ଦୁର୍ଯ୍ୟୋଧନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.