fbpx

ସଂସଦରେ ସମ୍ବିଧାନ ଦିବସ ସମାରୋହ ପାଳିତ

ନୂଆଦିଲ୍ଲୀ,୨୬ ।୧୧: ଆଜି ସଂସଦରେ ପାଳିତ ହେଉଛି ସମ୍ବିଧାନ ଦିବସ । ସମ୍ବିଧାନ ପ୍ରଣୟନର ୭୦ ବର୍ଷ ପୂର୍ତ୍ତି ଅବସରରେ ଏହି ସ୍ୱତନ୍ତ୍ର ଉତ୍ସବ ପାଳିତ ହେଉଛି । ସଂସଦ ଭବନରେ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଅନ୍ୟପଟେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି ବିରୋଧୀ ଦଳ । ମହାରାଷ୍ଟ୍ରରେ ସମ୍ବିଧାନକୁ ଅସମ୍ମାନ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ତେବେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଉଦବୋଧନରେ କହିଛନ୍ତି ଯେ, ୭୦ ବର୍ଷ ପୂର୍ବରୁ ଆମେ ସମ୍ବିଧାନକୁ ଆପଣାଇଛୁ । ୨୬ ନଭେମ୍ବର ଭାରତ ପାଇଁ ଐତିହାସିକ ଦିନ । ଅତୀତରୁ ଆମକୁ ଶିକ୍ଷା ନେବା ଉଚିତ୍ । ସ୍ୱାଧୀନତା ପରେ ଭାରତର ଲୋକତନ୍ତ୍ର ଅଧିକ ମଜଭୁତ ହୋଇଛି । ସମ୍ବିଧାନ ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିଛି ।’

Get real time updates directly on you device, subscribe now.