fbpx

ଏବେ ଖୋଲିବନି ମହାପ୍ରଭୁଙ୍କ ରତ୍ନଭଣ୍ଡାର

ଭୁବନେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ବର୍ତ୍ତମାନ ସମୟରେ ଖୋଲିବନି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ପ୍ରତାପଙ୍କ ମତରେ, ରତ୍ନ ଭଣ୍ଡାର ଖୋଲିବାକୁ ନେଇ କୌଣସି ପ୍ରସ୍ତାବ ନାହିଁ । ଶେଷଥର ପାଇଁ ୧୯୮୫ ଜୁଲାଇ ୧୪ରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା ।

ତେବେ ଭିତର ରତ୍ନ ଭଣ୍ଡାର ହିସାବ ଦେଇଛନ୍ତି ସରକାର । ରତ୍ନ ଭଣ୍ଡାରରେ ୪୫୪ ଗୋଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଅଛି । ୨୩୬ ଗୋଟି ରୂପା ସାଙ୍ଗକୁ ୧୮,୮୧୫ ଓ ୬ ଅଣା ଭରି ମୂଲ୍ୟବାନ ପଥର ରହିଛି । ୮ଟି ମୂର୍ତ୍ତି, ୬ ଗୋଟି ରୂପା ବାସନ ଓଜନ ହୋଇନଥିବାରୁ ତାହାର ଆକଳନ ହୋଇନାହିଁ ।

Get real time updates directly on you device, subscribe now.