fbpx

ସରକାର ଗଠନ ପରେ ସଞ୍ଜୟ କହିଲେ ଧୋକା ଦେଲେ ଅଜିତ

ମହାରାଷ୍ଟ୍ର,୨୩ା୧୧: ସରକାର ଗଠନ ନେଇ ଶିବସେନା ନେତା ସଞ୍ଜୟ ରାଉତ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଗତକାଲି ବୈଠକରେ ଅଜିତ ପାୱାର ଉପସ୍ଥିତ ରହିଥିଲେ । ବିଜେପି ସହ ମିଶି ସରକାର ଗଠନ କରି ଶରଦ ପାୱାରଙ୍କୁ ଧୋକା ଦେଇଛନ୍ତି ଅଜିତ ପାୱାର । ମହାରାଷ୍ଟ୍ରରେ ରାତା ରାତି ଷଡ଼ଯନ୍ତ୍ର ହୋଇଛି ବୋଲି ସଞ୍ଜୟ କହିଛନ୍ତି । ମହାରାଷ୍ଟ୍ରର ବଦନାମ କରିଛନ୍ତି ଅଜିତ ପାୱାର । ଅଜିତ ପାୱାରଙ୍କ ମନରେ ପାପ ଲୁଚିଥିଲା । ରାଜ୍ୟପାଳ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ରହିଛନ୍ତି ବୋଲି ସେ କହିଛନ୍ତି । ରାଜଭବନରେ ଶକ୍ତିର ଦୁରୁପଯୋଗ ହୋଇଛି । କ୍ଷମତା ପାଇଁ ସବୁକିଛି କରିପାରିବେ ଫଡ଼ନଭିସ । ଅଜିତ ପାୱାରଙ୍କୁ ଇଡ଼ିର ଭୟ ରହିଛି । ଏହାଛଡ଼ା କ୍ଷମତା ଓ ଅର୍ଥକୁ ନେଇ ମହାରାଷ୍ଟ୍ରରେ ଖେଳ ଖେଳାଯାଇଛି ବୋଲି ସଞ୍ଜୟ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନଭିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଏନସିପି ନେତା ଅଜିତ ପାୱାର ଶପଥ ନେଇଛନ୍ତି ।

Get real time updates directly on you device, subscribe now.