ପୁରୀ: ଶ୍ରୀମନ୍ଦିରରେ ବଡ ମହାସ୍ନାନ । ଭିତର କାଠ ନିକଟରେ ଛେପ ପଡିଥିବାକୁ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି । ଫଳରେ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାରେ ବେଶ୍ ବିଳମ୍ବ ହୋଇଛି । ଏହି ବଡ ମହାସ୍ନାନ ପାଇଁ ସକାଳ 7ଟାରୁ 8 ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିର ବନ୍ଦ କାରଣରୁ ଅନେକ ଭକ୍ତଙ୍କ ସମାଗମ ହୋଇଥିଲା । ଖରାରେ ଭକ୍ତମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖାଯାଇଥିଲା । ତେବେ କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଛେପ ଅଶୁଭ ବୋଲି ବିବେଚନା କରାଯାଉଛି ।
ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ ।