fbpx
BJD SKY
BJD SKY

ଜାନୁଆରୀ ୩୦ରେ ସାରା ଦେଶରେ ପାଳନ ହେବ ଶହୀଦ ଦିବସ, MHA ଦେଲା ରାଜ୍ୟମାନଙ୍କୁ ନିର୍ଦ୍ଦେଶ

BJD

ନୂଆଦିଲ୍ଲୀ :ଏଥର କେନ୍ଦ୍ର ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ତାରିଖ( ଜାନୁଆରୀ ୩୦) କୁ ଶହୀଦ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ଦିନ ସକାଳ ୧୧ ଟାରେ ଦୁଇ ମିନିଟର ନିରବତା ପାଳନ କରାଯିବ, ଯେଉଁଥିରେ କୌଣସି ପ୍ରକାରର ସାଧାରଣ କାର୍ଯ୍ୟ ଏବଂ ଗତିବିଧି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ। ଏହି ପରିପ୍ରେକ୍ଷୀରେ ଗୃହ ବିଭାଗ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି।

ଏ ସମ୍ପର୍କରେ ଜାନୁଆରୀ ୧୦ ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।ଏହି ଦିନ, ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ଶହୀଦଙ୍କୁ ୨ ମିନିଟ୍ ନୀରବ ରଖିବା ଦ୍ୱାରା ତାଙ୍କର ଅବଦାନକୁ ସ୍ମରଣ କରାଯିବ । ୨ମିନିଟ୍ ନୀରବ ରହି ସମଗ୍ର ଦେଶ ଏହି ସମସ୍ତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ। ନୀରବ ସମୟର ଆରମ୍ଭ ଏବଂ ଶେଷ ବିଷୟରେ ସୂଚନା ସାଇରନ୍ ବା ସେନା ବନ୍ଧୁକ ମାଧ୍ୟମରେ ଦିଆଯିବ ।

ସୂଚନାମୁତାବକ ସାଇରନର ଶବ୍ଦ ଶୁଣିବା ପରେ ସମସ୍ତ ଲୋକଙ୍କୁ ନିଜ ସ୍ଥାନରେ ଠିଆ ହୋଇ ନୀରବତା ପାଳନ କରିବାକୁ ପଡିବ । ଯେଉଁଠାରେ ସାଇରନ୍ ଉପଲବ୍ଧ ନାହିଁ, ୨ ମିନିଟର ନୀରବତା ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଜାରି କରାଯାଇପାରେ । ସାଧାରଣତଃ ଦେଖାଯାଏ ଯେ କିଛି କାର୍ଯ୍ୟାଳୟରେ ଲୋକମାନେ ସାଧାରଣତ ୨ ମିନିଟ୍ ନୀରବତା ସମୟରେ ନିଜ କାର୍ଯ୍ୟରେ ନିୟୋଜିତ ହୁଅନ୍ତି । ଏହି ପରିପ୍ରେକ୍ଷୀରେ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶହୀଦ ଦିବସକୁ ଗୁରୁତର ସହ ନିଆଯିବା ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ନିଶ୍ଚିତ କରିବାକୁ ପଡିବ।

Get real time updates directly on you device, subscribe now.