fbpx

ମାଲକାନଗିରି ସୀମାନ୍ତରେ ସର୍ଚ୍ଚ ଅପରେସନ୍ ବେଳେ ଧରାପଡିଲା ମହିଳା ମାଓବାଦୀ, ବିଭିନ୍ନ ଥାନାରେ ମାଓହିଂସାରେ ସାମିଲ ନେଇ ରହିଛି ମାମଲା

ମାଲକାନଗିରି,(ଭାସ୍କର ନ୍ୟୁଜ୍ ) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛାତିଶଗଡର ବିଜାପୁର ଜିଲ୍ଲାରେ ଜଣେ ମହିଳା ମାଓବାଦୀ ପୋଲିସ ଦ୍ୱାର ଗିରଫ । ସୂଚନା ଅନୁଯାୟୀ ଛାତିଶଗଡର ଉସୁର ପୋଲିସ ଷ୍ଟେସନର ମହିଳା ଏବଂ ପୁରୁଷ ଫୋର୍ସର ମିଳିତ ଟିମ୍ ମାଓ ଦମନ ନିମନ୍ତେ ସର୍ଚ୍ଚ ଅପରେସନ ବାହାରିଥିଲେ । ଏହି ଅଭିଯାନ ସମୟରେ ରେଙ୍ଗାଲପାରା ଗୁଜପାର୍ଟି ଅଞ୍ଚଳରେ ସର୍ଚ୍ଚ ଟିମ ଜଣେ ମହିଳା ମାଓବାଦୀ କୁଞ୍ଜାମ ଭୀମାଙ୍କୁ ଦେଖି ତୁରନ୍ତ ଗିରଫ କରିଥିଲେ । ୨୨ ବର୍ଷୀୟା କୁଞ୍ଜାମ ଜଣେ ମାଓ ମିଲିସିଆ ବାହିନୀର ସଦସ୍ୟ ରୂପେ କାର୍ଯ କରୁଥିବା ବେଳେ ସେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ କରି ଆସୁଥିବା ଜଣାପଡିଛି । କୁଞ୍ଜାମ ୨୦୧୮ ମସିହାରେ ଜଣେ ଗ୍ରାମବାସୀ କାଟାମ ଦୁଲାଙ୍କୁ ହତ୍ୟା କରିବା, ଆଭାପାଲ୍ଲୀରୁ ଉସୁର ରାସ୍ତାରେ ବସ ଲୁଟ୍‌ କରି ନିଆଁ ଲଗାଇବା ଭଳି ଅନେକ ହିଂସାକାଣ୍ଡରେ ଜଡିତଥିଲେ । ତେବେ ଗିରଫ ମହିଳା ମାଓବାଦୀଙ୍କୁ  କୋର୍ଟରେ ହାଜର କରାଯାଇ ଜେଲକୁ ପଠାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.