fbpx

ବ୍ରେଷ୍ଟ କ୍ୟାନ୍ସରରେ ପିଡ଼ିତ ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ, ଭିଡିଓରେ ବଖାଣିଲେ ଯନ୍ତ୍ରଣା

ମୁମ୍ବାଇ (ଓଡ଼ିଶା ଭାସ୍କର):ପରଦେଶ ଚଳଚ୍ଚିତ୍ରର ଚୁଲବୁଲି ନାୟିକା ମହିମାଙ୍କୁ ବ୍ରେଷ୍ଟ କ୍ୟାନ୍ସର। ମହିମାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଥିବା ନେଇ ଆକ୍ଟର ଅନୁପମ ଖେର ଏକ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି। ଅନୁପମ ଖେର ମହିମାଙ୍କ କ୍ୟାନ୍ସର ଜର୍ନିର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ମହିମା ଚୌଧୁରୀ ବଲିଉଡ ଜଗତରୁ ଦୂରେଇ ରହୁଥିଲେ ମଧ୍ୟ ନିଜ ଝିଅ ସହ ତାଙ୍କର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳେ।

କିନ୍ତୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ସେ ପିଡ଼ିତ ଥିବା କଥା ଶୁଣି ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି। ବଲିଓଡ ଆକ୍ଟର ଅନୁପମ ଖେର ମହିମା ଚୌଧୁରୀଙ୍କ ଭିଡିଓ ପୋଷ୍ଟ କରିବା ସହ କ୍ୟାପସନରେ ‘ତୁମେ ମୋ ହିରୋ’ ବୋଲି କହିଛନ୍ତି। ଏହି ଭିଡିଓରେ ମହିମା ଚୌଧୁରୀଙ୍କୁ ହସୁଥିବା ଚେହେରାରେ ହିଁ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ଟି ତାଙ୍କ କ୍ୟାନ୍ସର ଜର୍ନିର ଭିଡିଓ। ସୂଚନାଥାଉ କି, ମହିମା ପରଦେଶ ଚଳଚ୍ଚିତ୍ର ବ୍ୟତୀତ ଧଡ଼କନ, ଓମ ଜୟ ଜଗଦିଶ ଭଳି ଅନେକ ଫିଲ୍ମ କରିଛନ୍ତି। ତାଙ୍କୁ ଶେଷଥର ପାଇଁ ୨୦୧୬ରେ ଡାର୍କ ଚକୋଲେଟ ଫିଲ୍ମରେ ଦେଖିବାକୁ ମିଳିଥିଲା।

 

View this post on Instagram

 

A post shared by Anupam Kher (@anupampkher)

Get real time updates directly on you device, subscribe now.