fbpx
BJD SKY
BJD SKY

(Video) IPL ପୂର୍ବରୁ ଲଞ୍ଚ୍ ହେଲା ମାହିଙ୍କ ନୂଆ CSK ଜର୍ସି: ଏହି କମ୍ପାନୀର ଲୋଗୋ ନେଇ ଖେଳିବେ ଧୋନୀ

BJD

ନୂଆଦିଲ୍ଲୀ: IPL-2024କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ପ୍ରଥମେ ଧୋନୀଙ୍କ ବ୍ୟାଟ୍ ନେଇ ଆଲୋଚନା ହେଉଥିବା ବେଳେ ଏବେ ସାମନାକୁ ଆସିଛି ଚମ୍ପିଆନ୍ ଦଳର ନୂଆ ଜର୍ସି । ଆସନ୍ତା ଆଇପିଏଲ ସିଜନ ପାଇଁ ଗତବର୍ଷର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ ନିଜର ନୂଆ ଜର୍ସି ଲଞ୍ଚ୍ କରିଛି । ପ୍ରଥମେ ଦଳର ଅଧିନାୟକ ଏମ.ଏସ ଧୋନୀଙ୍କ ନୂଆ ଜର୍ସିକୁ ରିଭିଲ କରିଛି ଚେନ୍ନାଇ ସୁପର କିଙ୍ଗସ ।

ଆଇପିଏଲ-୨୦୨୩ର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ ନିଜ ନୂଆ ଜର୍ସିକୁ ନେଇ ବଡ଼ ଅପଡେଟ ଦେଇଛି । ଦେଶର ଆଗ ଧାଡ଼ିର ବିମାନ କମ୍ପାନୀ ଏତିହାଦ(ETIHAD) ଏୟାରୱେଜ ସହ ଫ୍ରାଞ୍ଚାଇଜି ଚୁକ୍ତି କରିବା ସହ ଏହା ଦଳର ପ୍ରାୟୋଜକ ହେବା ପାଇଁ ପ୍ରସ୍ତୁତ ହୋଇଛି । ଏହି ଚୁକ୍ତିରେ ଚେନ୍ନାଇର ସମସ୍ତ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ମଞ୍ଚ ସାମିଲ କରାଯାଇଛି । ଏହାବ୍ୟତୀତ ଦଳର ଖେଳାଳିମାନଙ୍କ ଜର୍ସିରେ ମଧ୍ୟ ଏତିହାଦର ଲୋଗୋ ସାମିଲ ରହିବ । କମ୍ପାନୀର ମୁଖ୍ୟ ରାଜସ୍ୱ ଅଧିକାରୀ ଅରୀକ କହିଛନ୍ତି ଯେ, ଆମ ଦେଶରେ କ୍ରିକେଟର ମହତ୍ତ୍ୱ ଖୁବ ଅଧିକ ରହିଛି । ତେଣୁ ଆମ ପାଇଁ ସେହି ସମ୍ପର୍କକୁ ମଜବୁତ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଚେନ୍ନାଇର ଟିମ ଅଧିକାରୀଙ୍କ ସହ ଦଳର ଖେଳାଳିମାନଙ୍କ ଉପସ୍ଥିତିରେ CSK ଫ୍ରାଞ୍ଚାଇଜି ସହ ଚୁକ୍ତି ନେଇ ସୂଚନା ଦିଆଯାଇଛି ।

ସେହିପରି ଆଇପିଏଲର ଏହି ନୂଆ ସଂସ୍କରଣ ପୂର୍ବରୁ ମାହିଙ୍କ ବ୍ୟାଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଞ୍ଚିର ଜେସିଏ ଷ୍ଟାଡିୟମରେ ଧୋନୀ ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କ ବ୍ୟାଟରେ ଏକ ନୂଆ କମ୍ପାନୀର ଷ୍ଟିକର ଦେଖିବାକୁ ମିଳିଛି । ଆସନ୍ତା ସିଜନରେ ମାହି ଏକ ନୂଆ ବ୍ରାଣ୍ଡର ବ୍ୟାଟ ବ୍ୟବହାର କରୁଥିବାର ଦେଖିବାକୁ ମିଳିବ । ପୂର୍ବରୁ ଏସ.ଏସ ଷ୍ଟିକର ବ୍ୟାଟ ବ୍ୟବହାର କରୁଥିବା ବେଳେ ଧୋନୀ ଏଥର ‘ପ୍ରାଇମ୍ ସ୍ପୋର୍ଟସ’ ନାମକ ଏକ କମ୍ପାନୀର ଷ୍ଟିକର ନିଜ ବ୍ୟାଟରେ ବ୍ୟବହାର କରିବେ । ତେବେ ସୂଚନା ଥାଉ କି, ଏହି ‘ପ୍ରାଇମ ସ୍ପୋର୍ଟସ’ ହେଉଛି ଧୋନୀଙ୍କ ପିଲାବେଳର ସାଙ୍ଗ ପରମଜୀତ ସିଂହଙ୍କ ଦୋକାନ । ଚଳିତବର୍ଷ ଧୋନୀ ନିଜ ପିଲାବେଳର ବନ୍ଧୁ ପରମଜରୀତ ସିଂହଙ୍କ ବ୍ୟବସାୟ ଏବଂ ତାଙ୍କ ଦୋକାନର ବ୍ରାଣ୍ଡକୁ ପ୍ରମୋଟ କରୁଥିବାର ଦେଖିବାକୁ ମିଳିବ ।

Get real time updates directly on you device, subscribe now.