fbpx

ଅଧିକାରୀ ଭାବେ ଲୋକଙ୍କ ପାଖକୁ ଯାଇ ହେବନି, ଜନସେବା ପାଇଁ ଅନ୍ତରାତ୍ମା ଡାକିବାରୁ ବିଜେଡିରେ ଯୋଗ ଦେଇଛି; ଭି.କେ ପାଣ୍ଡିଆନ

ଭୁବନେଶ୍ବର: ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଗତକାଲି ସାକ୍ଷାତକାର ଦେଇଛନ୍ତି 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଏହି ସାକ୍ଷାତକାରରେ ସେ ବ୍ୟୁରୋକ୍ରାଟରୁ ନେତା କିପରି ଓ କେଉଁ ପରିସ୍ଥିତିରେ ହେଲେ, ତାହା କହିଛନ୍ତି।

“ଲୋକଙ୍କ ସେବା ପାଇଁ ଅନ୍ତରାତ୍ମା ଡାକିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଜିଲେ ମୁଖ୍ୟ ପ୍ରେରଣା । ବିନା ବାଧାରେ ଲୋକଙ୍କ ପାଖକୁ ଯିବା ପାଇଁ ପ୍ରଶାସନିକ ପଦ ଛାଡିଛି । ଏକ ଦଶନ୍ଧୀରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବାରୁ ତାଙ୍କ ଦ୍ବାରା ସେ ଅନୁପ୍ରାଣିତ ହୋଇଛନ୍ତି। ୧୯୯୯ ମହାବାତ୍ୟା ଓଡ଼ିଶାକୁ ବିପର୍ଯ୍ୟସ୍ତ କରିଥିଲା। ଚ୍ୟାଲେଞ୍ଜ ନେଇ କାମ କରିବା ପାଇଁ ପଞ୍ଜାବ କ୍ୟାଡର ଛାଡ଼ି ଓଡିଶାକୁ ଆସିଥିଲି। ସ୍ବାଧୀନ ଭାବେ କାମ କରିବାକୁ ସୁଯୋଗ ମିଳିଥିଲା। ୨୦୦୩ରେ କଳାହାଣ୍ଡି ଉପଜିଲ୍ଲାପାଳ ଥିବା ବେଳେ ନବୀନଙ୍କ ସହ ପ୍ରଥମ ଦେଖା ହୋଇଥିଲା। ପ୍ରଥମ ଦେଖାରେ ପ୍ରଶଂସା କରିଥିଲେ ନବୀନ। କଳାହାଣ୍ଡିର ଚେହେରା ବଦଳିଛି। ମରୁଡ଼ି ଅଞ୍ଚଳର ବ୍ୟାପକ ରୂପାନ୍ତରଣ କରାଯାଇଛି। ଅଫିସରଙ୍କ ଭଲ କାମକୁ ପ୍ରଶଂସା କରନ୍ତି ନବୀନ। ସ୍ବଚ୍ଛ, ଭଲ କାମ କରିଥିଲେ ପଛରେ ଠିଆ ହୁଅନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ଯୋଗ ଦେଇଛି । ଜିଲ୍ଲା ଗସ୍ତରେ ଯାଇ ଲୋକଙ୍କ ଭଲ ପାଇବା ଦେଖିଛି । ଜନସେବାରେ ନିୟୋଜିତ ହେବାକୁ ରାଜନୀତିକୁ ବାଛିଛି।”

ଭାଷା ବାଧକ ସାଜିବନି – “ଭାଷା ଲୋକଙ୍କ ସହ ଯୋଡ଼ି ହେବାର ମାଧ୍ୟମ। ନବୀନଙ୍କ ଭାଷା ଲୋକଙ୍କ ଭାଷା। ସେ ହୃଦୟରୁ କୁହନ୍ତି, ସ୍ବଚ୍ଛତାକୁ ଭଲ ପାଆନ୍ତି। ଯଦି ଆପଣ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି ତେବେ ଭାଷା ବାଧକ ସାଜିବନି। ଲୋକେ ଜାଣିବାକୁ ଚାହାନ୍ତି ଆପଣ କେତେ ସ୍ବଚ୍ଛ, କେତେ ଉତ୍ସର୍ଗୀକୃତ। ଲୋକଙ୍କ ଭିତରେ ନେତା ବହୁତ ଲୋକପ୍ରିୟ ହେଲେ କେହି ବିଦ୍ରୋହ କରିପାରିବେନି। ”

BJD ଓ BJP ମଧ୍ୟରେ ସଂପର୍କକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ପାଣ୍ଡିଆନ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟାରେ ସବୁବେଳେ ଭଲ ସମ୍ପର୍କ ରହିଆସିଛି। ୨୦୧୧ ପରଠୁ ଉଭୟ ପରସ୍ପରକୁ ସମ୍ମାନ ଦେଉଥିବା, ଉଭୟଙ୍କୁ ଜନତା ବିଶ୍ବାସ କରୁଥିବା ଓ ଉଭୟ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଉଥିବା ଦେଖିଛନ୍ତି । ବିଜେଡି ଓ ବିଜେପି ମଧ୍ୟରେ ସଂପର୍କକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି କାର୍ତ୍ତିକ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟ ସ୍ବାର୍ଥ ଆଗ । ସେ କାମରେ ବିଶ୍ବାସ କରନ୍ତି । ରାଜ୍ୟବାସୀଙ୍କ ହିତ ଚିନ୍ତା କରନ୍ତି । ତେବେ ଚାଷୀ ବିଲ୍, ଏନଆରସି ବିଲରେ ବିଜେଡି କେନ୍ଦ୍ରକୁ ସମର୍ଥନ କରି ନଥିଲା ବୋଲି ସେ କହିଛନ୍ତି।

ରାଜନୈତିକ କ୍ୟାରିୟରକୁ ବାଜିରେ ଲଗାଇ ଶ୍ରୀମନ୍ଦିର ପ୍ରକଳ୍ପ କାମ ହୋଇଛି- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କି ଏମଜିଏନଆରଇଜିଏରେ ବ୍ୟାଙ୍କ ଆକାଉଣ୍ଟରେ ମଜୁରୀ ଦେବା, ବିଭିନ୍ନ ଚ୍ୟାଲେଞ୍ଜ ସଂପର୍କରେ ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ। ରାଜନୈତିକ କ୍ୟାରିୟରକୁ ବାଜିରେ ଲଗାଇ ଶ୍ରୀମନ୍ଦିର ପ୍ରକଳ୍ପ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୦ ହଜାର ମନ୍ଦିର ବିକାଶ ସହ ମସଜିଦ, ଚର୍ଚ୍ଚ, ଗୁରୁଦ୍ବାରର ଉନ୍ନତିକରଣ କରାଯାଉଛି। ରାଜ୍ୟରେ ସ୍ପିରିଚୁଆଲ୍ ଗଭର୍ଣ୍ଣାନ୍ସ ଚାଲିଥିବା କହିଛନ୍ତି କାର୍ତ୍ତିକ।

Get real time updates directly on you device, subscribe now.