fbpx
BJD SKY
BJD SKY

ଦିନିକିଆରେ ପ୍ରଥମ ଦ୍ୱିଶତକ ହାସଲ କଲେ ଷ୍ଟାର କ୍ରିକେଟର: ପଛରେ ପଡ଼ିଲେ ଗେଲ୍, ସେହୱାଗ

BJD

ନୂଆଦିଲ୍ଲୀ: ଦିନିକିଆ ଫର୍ମାଟରେ ଦ୍ୱିଶତକ ମାରିବା ତାଲିକାରେ ସବୁଠୁ ଆଗରେ ରହିଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା । ଏହାବ୍ୟତୀତ ଆହୁରି ଅନେକ ଷ୍ଟାର ଖେଳାଳି ଏହି ରେକର୍ଡ ନିଜ ନାମରେ କରିଛନ୍ତି । ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛନ୍ତି ଶ୍ରୀଲଙ୍କାର କ୍ରିକେଟର ପଥୁମ ନିସାଙ୍କା । ଆଫଗାନିସ୍ତାନ ବିପକ୍ଷ ଦିନିକିଆରେ ଏକ ବିସ୍ଫୋରକ ଇନିଂସ ଖେଳି ଦ୍ୱିଶତକ ହାସଲ କରିଛନ୍ତି ପଥୁମ । ଏହି ଇନିଂସ ସହ ସେ ଅନେକ ରେକର୍ଡ ନିଜ ନାମରେ କରିପାରିଛନ୍ତି । ତେବେ ଏହି ଦ୍ୱିଶତକରେ ପଥୁମ କ୍ରିସ ଗେଲ୍ ଏବଂ ବିରେନ୍ଦ୍ର ସେହୱାଗଙ୍କ ରେକଡଅର୍କୁ ପଛରେ ପକାଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି ।

ଆଫଗାନିସ୍ତାନ ବିପକ୍ଷ ଏହି ପାଳି ସହ ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶ୍ରୀଲଙ୍କାର ପ୍ରଥମ ଖେଳାଳି ପାଲଟିଛନ୍ତି ପଥୁମ ନିସାଙ୍କା । ଏହାସହିତ ଦିନିକିଆରେ ଦ୍ରୁତ ଗତିରେ ଦ୍ୱିଶତକ ହାସଲ କରିଥିବା ସେ ତୃତୀୟ ଖେଳାଳି ପାଲଟିଛନ୍ତି । ପଲ୍ଲେକେଲେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ ଶ୍ରୀଲଙ୍କାର ଓପନିଂ ଯୋଡ଼ି ହିଁ ୨୧୦ ରନ୍ ସଂଗ୍ରହ କରିଛନ୍ତି । ତେବେ ପଥୁମଙ୍କ ଏହି ଦ୍ୱିଶତକୀୟ ପାଳିରେ ୨୦ଟି ଚୌକା ସହ ୮ଟି ଛକା ସାମିଲ ରହିଛି । ଦଶମ କ୍ରିକେଟର ଭାବରେ ଦ୍ୱିଶତକ ହାସଲ କରିବା ସହିତ ନିସାଙ୍କା ଏକ ସ୍ପେଶାଲ କ୍ଲବରେ ସାମିଲ ହୋଇଛନ୍ତି । ଏହି ତାଲିକାରେ ସଚିନ୍ ତେନ୍ଦୁଲକର, ରୋହିତ ଶର୍ମା ଏବଂ କ୍ରିସ ଗେଲଙ୍କ ଭଳି ଖେଳାଳି ସାମିଲ ରହିଛନ୍ତି ।

ମାତ୍ର ୧୩୬ ବଲରେ ୨୦୦ ରନ୍ ପୂରଣ କରି ତୃତୀୟ ଖେଳାଳି ଭାବେ ସବୁଠାରୁ କମ୍ ବଲରେ ଦ୍ୱିଶତକ ହାସଲ କରିଛନ୍ତି । ତେବେ ସେ ଏହାସହିତ ବିରେନ୍ଦ୍ର ସେହୱାଗ ଏବଂ କ୍ରିସ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି । ତେବେ ସବୁଠାରୁ କମ୍ ବଲରେ ଦ୍ୱିଶତକ ହାସଲ କରିବାରେ ଷ୍ଟାର ବ୍ୟାଟର ଇଶାନ କିଶାନ(୧୨୬) ଶୀର୍ଷରେ ରହିଛନ୍ତି । ଏହାପରେ ଗ୍ଲେନ ମାକ୍ସୱେଲ ଦିନିକିଆ ବିଶ୍ୱକପ-୨୦୨୩ରେ ମାତ୍ର ୧୨୮ ବଲରୁ ଦ୍ୱିଶତକ ନିଜ ନାମରେ କରିଥିଲେ । ଶ୍ରୀଲଙ୍କା କ୍ରିକେଟର ଭାବରେ ବ୍ୟକ୍ତିଗତ ସର୍ବାଧିକ ସ୍କୋର କରିବାରେ ସନଥ ଜୟସୂର୍ୟ୍ୟାଙ୍କ ରେକର୍ଡ ଭାଙ୍ଗିଛନ୍ତି ପଥୁମ ନିସାଙ୍କା । ବର୍ତ୍ତମାନ ପର୍ଯ୍ୟନ୍ତ ଜୟସୂର୍ୟ୍ୟାଙ୍କ ୧୮୯ ରନର ଇନିଂସ ଶ୍ରୀଲଙ୍କା ଖେଳାଳିମାନଙ୍କ ମଧ୍ୟ ସର୍ବଶ୍ରେଷ୍ଠ ରହିଥିଲା ।

Get real time updates directly on you device, subscribe now.