fbpx

ସକାଳୁ ସକାଳୁ ବଡ଼ ସଡ଼କ ଦୁର୍ଘଟଣା: ବସ୍-ଟ୍ରକ ଧକ୍କାରେ ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ତୀର୍ଥଯାତ୍ରା ପାଲଟି ଯାଇଛି ଶେଷ ଯାତ୍ରା । ଏକ ବଡ଼ ସଡ଼କ ଦୁର୍ଘଟଣାରେ ୯ ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି । ଟ୍ରକ ଏବଂ ବସ୍ ମଧ୍ୟରେ ଏକ ବଡ଼ ଦୁର୍ଘଟଣାରେ ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହାସହିତ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଇରାକର ନାଇଜେରିୟାରେ ଘଟିଯାଇଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତୀର୍ଥଯାତ୍ରାରେ ଯାଉଥିବା ଏକ ବସ୍ ଏବଂ ଟ୍ରକ ସହ ଧକ୍କା ହେବା ଫଳରେ ୯ ଜଣ ଇରାନୀ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ୧୨ ଜଣ ଲୋକ ଏଥିରେ ଆହତ ହୋଇଥିବା ଜାଣିବାକୁ ମିଳିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.