fbpx
BJD SKY
BJD SKY

ଭାରତକୁ ହିନ୍ଦୁରାଷ୍ଟ୍ରରେ ପରିଣତ କରିବା: ଉତ୍ତର ପ୍ରଦେଶ ଓ ଅନ୍ୟାନ୍ୟ ସ୍ଥାନରେ ସ୍କୁଲ ଛାତ୍ରଙ୍କୁ କରେଇଲେ ଶପଥ

BJD

ନୂଆଦିଲ୍ଲୀ: ଭାରତକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର କୁହାଯାଉଥିବା ବେଳେ ସ୍କୁଲ ଛାତ୍ରଙ୍କୁ ଦିଆଯାଉଥିବା ଶପଥ ଦେଖିଲେ ଆପଣ ବି ହଡବଡେଇ ଯିବେ । ଉତ୍ତର ପ୍ରଦେଶର ଏକ ସ୍କୁଲରେ ଛାତ୍ର ମାନଙ୍କୁ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାର ଶପଥ ଦିଆଯାଉଥିଲା । ସୁଦର୍ଶନ ନିଉଜର ଏଡିଟର ସୁରେଶ ଚାଭାଙ୍କେ ଏହି ଭିଡିଓଟିକୁ ନିଜ ଟ୍ୱିଟ୍ଟର ଆକାଉଣ୍ଟରେ ଶେୟାର କରିଥିଲେ । ବୁଧବାର ସୁରେଶ ଚାଭାଙ୍କେ ଏହି ଭିଡିଓ ପୋଷ୍ଟ କରିବା ପରେ ଏହାକୁ ନେଇ ବିବାଦ ଦେଖା ଦେଇଛି । ସୁରେଶ ଦୁଇଟି ଭିଡିଓ ଶେୟାର କରିଥିବା ବେଳେ ପ୍ରଥମଟି ଉତ୍ତରପ୍ରଦେଶର ସୋନଭଦ୍ରାର ଏବଂ ଦ୍ୱିତୀୟ ଭିଡିଓଟି ନାଗପୁରର ଓ ତୃତୀୟ ଭିଡିଓଟି ନେପାଳ ସୀମାରେ ଥିବା ରୁପାଇଦିହାର ଅଞ୍ଚଳର ବୋଲି ଜଣାପଡିଛି ।

ସୋନଭଦ୍ରାର ଏକ ସ୍କୁଲରେ ପିଲାଙ୍କୁ ଶପଥପାଠ କରାଯାଉଥିବା ବେଳେ ନାଗପୁରରେ କିଛି ବୟସ୍କ ମାନଙ୍କୁ ଶପଥ ପାଠ କରାଯାଉଥିବାର ଭିଡିଓ ଶେୟାର କରାଯାଇଛି । ଏହି ଶପଥପାଠରେ କୁହାଯାଉଛି ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ପାଇଁ ଲଢେଇ କରିବୁ, ମରିବୁ ଏବଂ ଆବଶ୍ୟକ ପଡିଲେ ମରିବୁ । ଆମ ପୂର୍ବ ପୁରୁଷ ଏବଂ ଆମର ଶିକ୍ଷକ ମାନେ ଆମକୁ ଶକ୍ତି ଦିଅନ୍ତୁ କି ଆମେ ଆମର ଏହି ପ୍ରତିଜ୍ଞା ପୂରଣରେ ସଫଳ ହେବୁ । ୧୯ ତାରିଖରେ ମଧ୍ୟ ସୁରେଶ ହିନ୍ଦୁ ଯୁବ ବାହିନୀର ଏମିତି ଏକ ଭିଡିଓ ଶେୟାର କରିଥିଲେ । ଭାଇରାଲ ହୋଇଥିବା ୩ଟି ଯାକ ଭିଡିଓରେ ସମାନ ଶପଥ ନିଆଯାଇଥିଲା ।

ସୋନଭଦ୍ରାର ନେହେରୁ ପାର୍କରେ ଏହି ଶପଥପାଠ କରାଯାଇଥିବା ବେଳେ ରିପୋର୍ଟର ରାଜେଶ ସିଂ ଏହାକୁ ଶୁଟ କରିଥିଲେ । ସ୍କୁଲ ୟୁନିଫର୍ମରେ ଥିବା କିଛି ଛାତ୍ରଛାତ୍ରୀଙ୍କ ସହିତ ପାର୍କକୁ ଆସିଥିବା କିଛି ଶିଶୁ ଏବଂ ମାତା ପିତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବନ୍ଦେ ମାତରମ ଓ ଭାରତ ମାତା କି ଜୟ ଧ୍ୱନିରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହି ଭିଡିଓକୁ ନେଇ ସୋନଭଦ୍ରା ପୋଲିସର ଅଫିସିଆଲ ହ୍ୟାଣ୍ଡେଲ ଉତ୍ତର ରଖିଛି । ଭିଡିଓକୁ ନେଇ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଦିଲ୍ଲୀର ଗୋବିନ୍ଦପୁରୀ ମେଟ୍ରୋ ଷ୍ଟେସନରେ ପ୍ରଥମ ଥର ପାଇଁ ଏମିତି ନାରା ଶୁଣିବାକୁ ମିଳିଥିଲା । ୨୪ ଡିସେମ୍ବର ସୁଦ୍ଧା ଉକ୍ତ ଘଟଣାରେ ଦିଲ୍ଳୀ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ୟତି ନରସିଂହାନନ୍ଦଙ୍କ ୩ ଦିନିଆ କାର୍ଯ୍ୟକ୍ରମରେ ଗୋଡସେ ସପକ୍ଷ ବୟାନ ମଧ୍ୟ ଏହାକୁ ଇନ୍ଧନ ଯୋଗାଇଥିଲା । ଏହି ମାମଲାରେ ସୁଓ ମୋଟୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମନା ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.