fbpx

ଲକଡାଉନରେ ଘରେ ପ୍ରସ୍ତୁତ କରନ୍ତୁ ଟମାଟୋ ରାଇସ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲକଡାଉନରେ ରେଷ୍ଟୁରାଣ୍ଟ କିମ୍ବା ହୋଟଲ ବନ୍ଦ ରହିଛି । ଯାହାଫଳରେ ଲୋକମାନେ ନାନା ପ୍ରକାରର ଖାଦ୍ୟକୁ ମନେ ପକାଉଛନ୍ତି । କିନ୍ତୁ ଏବେ କରୋନା ଯେଉଁଭଳି ବ୍ୟାପିବାରେ ଲାଗିଛି ବାହାର ଖାଦ୍ୟ ନଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାର । ତେବେ ଆପଣ ଘରେ ବସି ମଧ୍ୟ ସହଜ ଉପାୟରେ କିଛି ନା କିଛି ବନାଇ ପାରିବେ । ବର୍ତ୍ତମାନେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏବେ ବିରିୟାନୀକୁ ପସନ୍ଦ କରୁଛନ୍ତି । ତେବେ ଆପଣ ସେହିଭଳି ଟମାଟୋ ରାଇସ୍ ଘରେ ପ୍ରସ୍ତୁତ କରନ୍ତୁ । ଯାହାକି ସମସ୍ତେ ଏହାକୁ ଖାଇପାରିବେ । ତେବେ ଚାଲନ୍ତୁ ଜାଣିବା ଏହା କିପରି ପ୍ରସ୍ତୁତ ହୁଏ…

ଆବଶ୍ୟକୀୟ ସାମଗ୍ରୀ:

ବଡ ଟମାଟୋ ୨ଟା , ବାସୁମତି ଚାଉଳ ଏକ କପ୍ , ୧ଚାମଚ ଅଦାପେଷ୍ଟ, ୧ଚାମଚ ରସୁଣ ପେଷ୍ଟ, କଟା ପିଆଜ, ବଡ ଅଳେଇଚ,  ଲଙ୍କାଗୁଣ୍ଡ୧ ଚାମଚ, ଗରମ ମସଲା ଗୁଣ୍ଡ , ୧ଚାମଚ ଘିଅ , ଲୁଣ ସ୍ୱାଦ ଅନୁସାର

ପ୍ରସ୍ତୁତି ପ୍ରଣାଳି:

ଟମାଟୋ ଦୁଇଟିକୁ ପ୍ରଥମେ ଭଲ ଭାବରେ ଧୋଇ ନେବେ । ଏହାକୁ ଭଲ କରି ପ୍ୟୁରି କରିଦେବେ । ବାସୁମତି ଚାଉଳକୁ ପାଣିରେ ଧୋଇକି ୧୦ମିନିଟ୍ ରଖନ୍ତୁ । ଏହାପରେ ପ୍ରେସର କୁକୁରରେ ଘିଅ ପକାଇଗରମ କରନ୍ତୁ । ତାପରେ ଅଳେଇ, କଟା ପିଆଜ, ଅଦା ରସୁଣ ପେଷ୍ଟ, ସ୍ୱାଦନୁସାର ଲୁଣ ପ୍ରସ୍ତୁତ କରିଥିବା ଟମାଟୋ ପ୍ୟୁରି ଗରମ ମସଲା ଗୁଣ୍ଡକୁ ପକାଇ ଟିକେ ଘାଟନ୍ତୁ । ଟିକେ ସମୟ ଘାଣ୍ଟିଲା ପରେ ଏଥିରେ ପାଣି ଦିଅନ୍ତୁ । ପାଣି ଟିକେ ମରିଗଲା ପରେ ଚାଉଳକୁ ପକାଇ ଏପଟ ସେପଟ କରି ଭଲସେ ଗୋଳାନ୍ତୁ । ଟିକେ ସମୟ ଗୋଳାଇବା ପରେ ହାଲୁକା ଆଞ୍ଚରେ ୫ରୁ ୧୦ ମିନିଟ୍ ଛାଡିଦିଅନ୍ତୁ । ଏହା ପରେ ଚାଉଳ ସିଝି ଭାତ ହୋଇଯାଇଥିଲେ ଗ୍ୟାସ୍ ବନ୍ଦ କରି ଥାଳି କୁ କାଢି ଦିଅନ୍ତୁ । ଏହା ଉପରେ ଧନିଆପତ୍ର କାଜୁ ସହ ଘିଅ ପକାଇ ପରସନ୍ତୁ ।

Get real time updates directly on you device, subscribe now.