fbpx

କୁଲଫି ବିକ୍ରି କରୁଛନ୍ତି ଟ୍ରମ୍ପ! ଭିଡିଓ ଭାଇରାଲ…

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱରେ ସାଧାରଣତଃ ଅନେକ ଚେହେରା ଦେଖିବାକୁ ମିଳିଥାଏ । କିନ୍ତୁ କେତେକ ଚେହେରା ସାଧାରଣତଃ ଏକା ପରି ଲାଗିଥାଏ । ଯେମିତି ଲାଗେ ନିଜର ଏକ ଅବିକଳ ପ୍ରତିଛବି । ଏମିତି ଏକ ଭିଡିଓରେ ଦେଖିବାକୁ ମିଳିଛି । ଯାହାକି ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ଆଉ କହିବେ ଏଇଟା କଣ ସତ .. ସେ କଣ ସତରେ କୁଲଫି ବିକୁଛନ୍ତି । ଏହା କିପରି ସମ୍ଭବ ।

ଏମିତି ଏକ ଭିଡିଓ ସେଖିବାକୁ ମିଳିଛି ଯେଉଁଥିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନରେ କୁଲଫି ବିକ୍ରି କରୁଛନ୍ତି । ସେ ଜୋ ବାଇଡେନଙ୍କ ଠାରୁ ରାଷ୍ଟ୍ରପତି ନିର୍ବାଚନ ହାରିବା ପର ଠାରୁ ତାଙ୍କର ଏପରି ଅବସ୍ଥା ହୋଇଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକି ଏହା ସତ୍ୟ ନୁହେଁ । କାରଣ ତାଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ମଧ୍ୟ ପାକିସ୍ତାନରେ ରହୁଛନ୍ତି । ସେ ମଧ୍ୟ ଟ୍ରମ୍ପଙ୍କ ଭଳି ଅବିକଳ ଦେଖାଯାଉଥିବା ବେଳେ ଧଳା ରଙ୍ଗର କୁର୍ତ୍ତା ଓ ପାଇଜାମା ପିନ୍ଧିଛନ୍ତି । ଏହା ସହ ରାସ୍ତାରେ ଠେଲା ଗାଡି ଧରି କୁଲଫି ମଧ୍ୟ ବିକ୍ରି କରୁଛନ୍ତି । ଯାହାଫଳରେ ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି ।

ହେଲେ ଏହି ବ୍ୟକ୍ତି ଜଣଙ୍କ କୁଲଫି ବିକ୍ରି କି ଗୀତ ଗାଇ ଚର୍ଚ୍ଚାକୁ ଆସି ନାହାନ୍ତି ବରଂ ଟ୍ରମ୍ପଙ୍କ ପରି ଦେଖାଯାଉଥିବାରୁ ସୋସିଆଲ ମିଡିଆରେ ସମସ୍ତେ ଭାଇରାଲ ହେବା ସହ ଚର୍ଚ୍ଚାରେ ଆସିଛନ୍ତି । ବ୍ୟକ୍ତି ଜଣଙ୍କ ଅଲବିନିସିମ୍ ନାମକ ରୋଗରେ ପୀଡିତ ଥିବାରୁ ତାଙ୍କ ଚେହେରା ଧଳା ପଡି ଯାଇଛି । ଏହି ଭିଡିଓ ଭାଇରାଲ ହେବା ସହ ଲୋକମାନେ କହିବା ଆରମ୍ଭ କରଦେଇଛନ୍ତି କି ଟ୍ରମ୍ପ ପାକିସ୍ତାନରେ କୁଲଫି ବିକ୍ରି କରୁଛନ୍ତି ।

୨୩ ସେକେଣ୍ଡର ଏହି ଭିଡିଓଟିକୁ ପାକିସ୍ତାନର କଣ୍ଠଶିଳ୍ପୀ ଶେହଜାଦ ରୟ ନିଜର ଇନଷ୍ଟାଗ୍ରାମ୍ ଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି କି ୱାଃ… କୁଲଫି ୱାଲେ ଭାଇ, କ୍ୟା ବାତ୍ ହେ .. କହି ତାଙ୍କ ଗୀତ ଗାଇବା ଶୈଳୀକୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.