fbpx

ଖୁବ ଶୀଘ୍ର ଦେଶରୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ନିପାତ ହେବ, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଲଞ୍ଚ କରିବାକୁ ଯାଉଛି ଟୀକା

Advertisement

ନୂଆଦିଲ୍ଲୀ:କୋଭିସିଲ୍ଡ ଭ୍ୟାକସିନ ପ୍ରସ୍ତୁତ କରିଥିବା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଖୁବ୍ ଶୀଘ୍ର ଡେଙ୍ଗୁ ଲାଗି ଟୀକା ପ୍ରସ୍ତୁତ କରିବାକୁ ଯାଉଛି । ସିରମ୍ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ସାଇରସ ପୁନାବାଲା ବୁଧବାର ଏକ ବୟାନରେ କହିଛନ୍ତି ଡେଙ୍ଗୁ ଟୀକା ଏକ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ ଯାହା ଡେଙ୍ଗୁ ଲାଗି ବେଶ୍ ପ୍ରଭାବଶାଳୀ ହେବ । ଏହା ବ୍ୟତିତ କମ୍ପାନୀ ଖୁବ୍ ଶୀଘ୍ର ମ୍ୟାଲେରିଆ ଲାଗି ଏକ ଟୀକା ଲଞ୍ଚ କରିବାକୁ ଯାଉଛି । ସେ କହିଛନ୍ତି ଏହି ଟୀକା କେବଳ ଭାରତରେ ନୁହେଁ ଆଫ୍ରିକାରେ ବି ବେଶ୍ ସହାୟକ ହେବ ଯେଉଁଠି ମ୍ୟାଲେରିଆ ମାମଲା ଅଧିକ ଦେଖିବାକୁ ମିଳିଥାଏ ।

ପୁନାୱାଲା କହିଛନ୍ତି କୋଭିସିଲ୍ଡର ସଫଳତା ପରେ ବିଶ୍ୱରେ ପ୍ରଥମ ଥର ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମ୍ୟାଲେରିଆ ଟୀକା ଲଞ୍ଚ କରିବ । ସେ କହିଛନ୍ତି ଦେଶର ବହୁ ଭାଗରେ ଲୋକମାନେ ଏହି ମ୍ୟାଲେରିଆ ରୋଗରେ ପୀଡିତ ହେଉଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଡେଙ୍ଗୁ ଲାଗି ମଧ୍ୟ ଖୁବ୍ ଶୀଘ୍ର ଏକ ଟୀକା ଆସିବ । ମ୍ୟାଲେରିଆ ଓ ଡେଙ୍ଗୁ ଉଭୟ ଭେକ୍ଟର ଜନିତ ରୋଗ । ଏହି ରୋଗ ଉଷ୍ମକଟିବନ୍ଧୀୟ ଓ ଉପଉଷ୍ମକଟିବନ୍ଧୀୟ ଦେଶମାନଙ୍କରେ ଦ୍ରୁତ ଗତିରେ ବ୍ୟାପିଥାଏ । ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କୋଭିଡ୍ ମହାମାରୀ ବ୍ୟାପିବା ପୂର୍ବରୁ କୋଭିସିଲ୍ଡ ଟୀକା ବି ପ୍ରସ୍ତୁତ କରିଥିଲା ।

ବର୍ଷାଦିନେ ଡେଙ୍ଗୁ ଓ ମ୍ୟାଲେରିଆ ପରି ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି । କିଛି ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ବି ପଡିଥାନ୍ତି । ଏହି କାରଣରୁ ଦୀର୍ଘ ବର୍ଷ ଧରି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବୈଜ୍ଞାନିକମାନେ ଏହି ବେମାରୀର ମୁକାବିଲା କରିବା ଲାଗି ଟୀକା ବାହାର କରିବାକୁ ପ୍ରଚେଷ୍ଟା ଜାରି ରଖିଥିଲେ । ଏବେ ସେମାନଙ୍କୁ ଏ କ୍ଷେତ୍ରରେ ସଫଳତା ମିଳିଯାଇଛି । ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବୈଜ୍ଞାନିକମାନେ ଡେଙ୍ଗୁ ଓ ମ୍ୟାଲେରିଆ ସହିତ କ୍ୟାନସର ପରି ଘାତକ ରୋଗର ଟୀକା ବାହାର କରିବାକୁ ମଧ୍ୟ ପ୍ରସ୍ତୁତି ଜାରି ରଖିଛନ୍ତି ।

Get real time updates directly on you device, subscribe now.