fbpx

ରାଜ୍ୟକୁ ମିଳିବେ ନୂଆ ବାଚସ୍ପତି: ୨୧ ତାରିଖରେ ହେବ ନିର୍ବାଚନ

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାରେ ବାଚସ୍ପତି ପଦ ଫାଙ୍କା ରହିଛି । କିନ୍ତୁ ଖୁବଶୀଘ୍ର ଏହି ଆସନକୁ ମିଳିବେ ନୂଆ ମୁଖିଆ । ଆସନ୍ତା ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବା ନେଇ ଘୋଷଣା କରାଯାଇଛି । ତେଣୁ ଏଥିପାଇଁ ୧୮ ତାରିଖରେ ନାମାଙ୍କନ ଦାଖଲ କରାଯିବ ଏବଂ ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହି ଦୌଡ଼ରେ ଅନେକ ନାମ ସାମିଲ ଥିବାବେଳେ ୨୧ ତାରିଖର ନିର୍ବାଚନକୁ ସମସ୍ତଙ୍କର ଅପେକ୍ଷା ।

ଏହାପରେ ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭାର ମୌସୂମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସେପ୍ଟେମ୍ବର ୨୨ ତାରିଖରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୂମୀ ଅଧିବେଶନ ଜାରି ରହିବ । ସେହିପରି ୩ ତାରିଖରେ ଅତିରିକ୍ତ ବଜେଟ ଆରମ୍ଭ ହେବା ନେଇ ସୂଚନା ମିଳିଛି । ତେବେ ଅଧିବେସନ ପୂର୍ବରୁ ବାଚସ୍ପତି ନିର୍ବାଚନ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.