fbpx

ଫିଟନେସ୍ କୋଚ୍‌ଙ୍କୁ ଡବଲ ହାର୍ଟ ଆଟାକ, ମାତ୍ର ୩୩ ବର୍ଷରେ ୨ ଥର ଲଗାତର ହୃଦଘାତର ଶିକାର ହୋଇ ଆଖିବୁଜିଲେ

ବ୍ରାସିଲିଆ: ହୃଦଘାତ ମାମଲା ଏବେ ଏତେ ଦ୍ରୁତ ଗତିରେ ବଢିଗଲାଣି ଯେ, ଏ କ୍ଷେତ୍ରରେ ବୟସର କୌଣସି ମାନେ ରହୁନାହିଁ । ଅର୍ଥାତ୍ ଖୁବ୍ କମ୍ ବୟସର ଲୋକମାନେ ବି ଏବେ ହୃଦଘାତର ଶିକାର ହେଉଛନ୍ତି । ୨୫ରୁ ୪୦ ବର୍ଷ ମଧ୍ୟରେ ବହୁ ଫିଟ୍ ଲୋକ ଏବେ ହୃଦଘାତ ଓ ବିଭିନ୍ନ ପ୍ରକାର ହୃଦରୋଗର ଶିକାର ହେଉଛନ୍ତି । କିନ୍ତୁ ଯେତେବେଳେ କୌଣସି ଫିଟନେସ୍ ଗୁରୁ ଏହାର ଶିକାର ହୋଇଯାଏ ସେତେବେଳେ ମନରେ ବହୁ ପ୍ରଶ୍ନ ଉଠିଥାଏ । ବ୍ରାଜିଲରେ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ୩୩ ବର୍ଷୀୟା ଜଣେ ଫିଟନେସ୍ ଇନଫ୍ଲୁଏନ୍ସର ଲୋରିସା ଭୋର୍ଜେସ୍ ଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି । ଲୋରିସାଙ୍କୁ ମାତ୍ର ୩୩ ବର୍ଷ ବୟସ ହୋଇଥିଲା । ମାତ୍ର କିଛି ସମୟ ବ୍ୟବଧାନରେ ସେ ଦୁଇ ଥର ହୃଦଘାତର ଶିକାର ହୋଇ ମୃତ୍ୟୁମୁଖରେ ପଡିଛନ୍ତି । ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇ ରହିବା ପରେ ଗତ ସୋମବାର ତାଙ୍କର ମୃତ୍ୟୁ ହୋଇଯାଇଛି ।

ଲୋରିସାଙ୍କ ପରିବାର ପକ୍ଷରୁ ତାଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ ତାଙ୍କ ମୃତ୍ୟୁ ବିଷୟରେ ସ୍ପଷ୍ଟ କରାଯାଇଛି । ପରିବାର ପକ୍ଷରୁ ଲେଖାଯାଇଛି ମାତ୍ର ୩୩ ବର୍ଷ ବୟସରେ ହୃଦଘାତର ଶିକାର ହୋଇ ଆମ ଝିଅ ଆମ ପାଖରୁ ବହୁ ଦୂରକୁ ଚାଲିଯାଇଛି ଯାହା ଆମ ପାଇଁ ଅତ୍ୟନ୍ତ ଦୁଃଖଦ । ଲୋରିସା ନିଜ ଜୀବନ ବଞ୍ଚାଇବାକୁ ପୁରା ସାହାସର ସହ ଲଢେଇ ଲଢିଛନ୍ତି ହେଲେ ସେ ଶେଷରେ ହାର ମାନି ଯାଇଛନ୍ତି । ଲୋରିସା ଫିଟନେସ୍ ଉପରେ କାମ କରୁଥିଲେ ଓ ପ୍ରାୟ ସମୟରେ ଏହାକୁ ନେଇ ଭିଡିଓ ପ୍ରସ୍ତୁତ କରୁଥିଲେ ।
ଏକ ରିପୋର୍ଟ ଅନୁସାରେ ୨୦ ଅଗଷ୍ଟରେ ଲୋରିସାଙ୍କୁ ହାର୍ଟ ଷ୍ଟ୍ରୋକ କାରଣୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଯେଉଁ ସମୟରେ ହୃଦଘାତ ହୋଇଥିଲା ସେ ସମୟରେ ସେ ଯାତ୍ରା କରୁଥିଲେ । ହାର୍ଟ ଷ୍ଟ୍ରୋକ ପରେ ସେ କୋମାକୁ ଚାଲିଯାଇଥିଲେ । ଏହି ସମୟରେ ତାଙ୍କର ଆଉ ଏକ ଷ୍ଟ୍ରୋକ ଆସିଥିଲା ଓ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

Get real time updates directly on you device, subscribe now.