ପେଟକୁ ଗୋଇଠା, ମୁଥ ମାରି ମୁହଁ ଫଟେଇଲେ, ନେଲେନି ହସ୍ପିଟାଲ, ବୟପ୍ରେଣ୍ଡ ବିରୋଧରେ ସାଂଘାତିକ ଅଭିଯୋଗ

ପୁଣି ଥରେ ଜୀବନକୁ ଫେରିବାକୁ ଚାହୁଁଥିଲି

ମୁମ୍ବାଇ: ଯାହାକୁ ଜୀବନ ଟୁ ବେଶୀ ଭଲ ପାଉଥିଲେ। ସେ ଦରମରା କରି ପିଟିଛି। ମାଡ଼ରେ ଫାଟିଯାଇଛି ମୁହଁ। ଏଭଳି ଘଟଣା ଘଟିଛି ଟିଭି ଅଭିନେତ୍ରୀଙ୍କ ସହ। ମାଲାୟଲମ ଟିଭି ଅଭିନେତ୍ରୀଙ୍କ ଫଟୋକୁ ନେଇ ଏବେ ଚର୍ଚ୍ଚା। ସେ ତାଙ୍କ ପୂର୍ବତନ ପ୍ରେମିକଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି।

ଅଭିନେତ୍ରୀ ଜସିଲା ତାଙ୍କ ପୂର୍ବତନ ପ୍ରେମିକଙ୍କ ଉପରେ ଶାରୀରିକ ନିର୍ଯାତନାର ଅଭିଯୋଗ କରିଛନ୍ତି। ସେ ସେହି ଆଘାତ ପ୍ରକାଶ କରିଛନ୍ତି। ପୂର୍ବତନ ପ୍ରେମିକ ଜସିଲାଙ୍କ ମୁହଁରେ ମୁଥ ମାରିଥିଲେ ଯାହା ଯୋଗୁଁ ତାଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ ପଡିଲା। ଜସିଲା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏହା ପ୍ରକାଶ କରିଛନ୍ତି।

ଜସିଲା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ପୂର୍ବତନ ପ୍ରେମିକ ଦେଇଥିବା ନିର୍ଯାତନାର ଖୁଲାସା କରିଛନ୍ତି। ସେ ତାଙ୍କୁ କିପରି ମାଡ଼ ମାରିଥିଲେ ଏବଂ ତାଙ୍କର ଆଘାତ ଚିହ୍ନ ମଧ୍ୟ ଦେଖାଇଛନ୍ତି।

ଜଣେ ପ୍ରଶଂସକ ଜସିଲାଙ୍କୁ ପଚାରିଥିଲେ ଯେ ଏହା କେବେ ଘଟିଥିଲା। ତା’ପରେ ସେ କହିଥିଲେ ଯେ ଏହା ନୂତନ ବର୍ଷର ପାର୍ଟି ପରେ ଘଟିଥିଲା।

ପେଟରେ ଦୁଇଥର ଲାତ ମାରିଛି

ଜସିଲା ଲେଖିଛନ୍ତି – ଡିସେମ୍ବର ୩୧ ତାରିଖରେ, ନୂତନ ବର୍ଷର ପାର୍ଟି ପରେ, ମୋର ଡନ୍ ଥମାସଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯାହା ପରେ ସେ ମୋତେ ପେଟରେ ଦୁଇଥର ଗୋଇଠା ମାରିଥିଲେ। ମୁହଁରେ ଅନେକ ଥର ମୁଥ ମାରିଛନ୍ତି। ଯାହା ପାଇଁ ମୁହଁ ଫାଟି ଯାଇଥିଲା। ଏଥିପାଇଁ ପ୍ଲାଷ୍ଟିକ୍ ସର୍ଜରୀ ଆବଶ୍ୟକ ପଡ଼ିଲା।

ପ୍ରଥମେ ସେ ମୋତେ ହସ୍ପିଟାଲ ନେବାକୁ ମନା କରୁଥିଲେ କିନ୍ତୁ ପରେ ଯେତେବେଳେ ମୁଁ ମୋ ଅବସ୍ଥା ବିଷୟରେ ମିଛ କହିଲି, ସେ ମୋତେ ନେବାକୁ ରାଜି ହେଲେ। ହସ୍ପିଟାଲ ଯିବା ପରେ, ସେ ମଧ୍ୟ ସମାନ ମିଛ କହିଲେ। କିଛି ଦିନ ପରେ, ମୁଁ ଏକ ଅଭିଯୋଗ କରିଥିଲି ଯାହାର ମାମଲା ଏବେ ବି ଚାଲିଛି।

ପୁଣି ଥରେ ଜୀବନକୁ ଫେରିବାକୁ ଚାହୁଁଥିଲି

ଜସିଲା ତାଙ୍କ ପୋଷ୍ଟରେ ମାନସିକ ସ୍ୱାସ୍ଥ୍ୟ ବିଷୟରେ କହିଥିଲେ। ସେ କହିଥିଲେ ଯେ ତାଙ୍କର ୧୦ କିଲୋ ଓଜନ ହ୍ରାସ ପାଇଛି। ମୁଁ ଖାଇପାରୁ ନଥିଲି, ଶୋଇପାରୁ ନଥିଲି ଏବଂ ଆଇନାରେ ନିଜକୁ ଚିହ୍ନିପାରୁ ନଥିଲି।

ସେ ଲେଖିଛନ୍ତି- ‘ଅସ୍ତ୍ରୋପଚାର ମୋ ମୁହଁକୁ ସିଲେଇ କରିଥିଲା କିନ୍ତୁ କେହି ମୋର ନୀରବତାକୁ ସିଲେଇ କରିପାରିଲେ ନାହିଁ। ସେ ମୋ ଜୀବନକୁ ଏପରି ଫେରିବାକୁ ଚାହୁଁଥିଲେ ଯେପରି କିଛି ହୋଇନାହିଁ। ତାଙ୍କୁ ସୁଯୋଗ ଦେବା ମୋର ବଡ଼ ଭୁଲ ଥିଲା।