ନୂଆଦିଲ୍ଲୀ: ପରିଣତ ବୟସରେ ପ୍ରେମରେ ପଡିଲେ ବୃଦ୍ଧ । ପ୍ରେମ କରୁକରୁ ହେଲେ ଠକେଇର ଶିକା । 7 ବର୍ଷ ଏହି ଧାରା ଜାରି ରହିଥିବା ବେଳେ ଆକାଉଣ୍ଟରୁ ଚାଲିଗଲା 4.4 କୋଟି ଟଙ୍କା । ଜଣେ 67 ବର୍ଷ ବୟସ୍କା ମାଲେସିଆ ମହିଳା ଏକ ଅନଲାଇନ୍ ପ୍ରେମ ସ୍କାମର ଶିକାର ହୋଇଥିଲେ ଯାହା ସାତ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ସେ ପ୍ରାୟ 4.4 କୋଟି ଟଙ୍କା ହରାଇଥିବା ନେଇ ଖବର ସାମ୍ନାକୁ ଆସିଛି । ପ୍ରେମ କରି ଠକେଇର ଶିକାର ହେଲେ କିନ୍ତୁ ପ୍ରେମ କରୁଥିବା ସାଥିଙ୍କୁ ସେ କେବେ ସାକ୍ଷାତ କରିନଥିଲେ ।
ଏହି ସ୍କାମ 2017 ମସିହା ଅକ୍ଟୋବର ମାସରେ ଆରମ୍ଭ ହୋଇଥିଲା । ମହିଳାଜଣକ ଉକ୍ତ ଯୁବକଙ୍କ ସହିତ ଫେସବୁକରେ ପ୍ରେମ କରିଥିଲେ । ସେ ନିଜକୁ ଆମେରିକା ବ୍ୟବସାୟୀ ବୋଲି କହିଥିଲେ । ସିଙ୍ଗାପୁରର ମେଡିକାଲ ଉପକରଣ ବ୍ୟବସାୟ କରୁଥିଲେ । ମହିଳାଙ୍କ ବିଶ୍ୱାସ ଜିତିବା ପାଇଁ ତାଙ୍କୁ ଅଧିକ ସମୟ ଲାଗିଲା ନାହିଁ ଏବଂ ଏକ ମାସ ମଧ୍ୟରେ ସେମାନେ ଏକ ଅନଲାଇନ୍ ସମ୍ପର୍କ ଆରମ୍ଭ କରିଥିଲେ । ଏହି ସମୟରେ ସ୍କାମର ମହିଳାଙ୍କୁ ମାଲେସିଆ ସ୍ଥାନାନ୍ତର କରିବାରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସହାୟତା ମାଗିଥିଲେ, ଏହା ପରେ ମହିଳା ଜଣକ ତାଙ୍କୁ ପ୍ରଥମ ଥର ପାଇଁ 90 ହଜାର ଟଙ୍କା ଉଧାର ମାଗିଥିଲେ ।
ତେବେ ସ୍କାମର ଜଣକ ବ୍ୟକ୍ତିଗତ ଏବଂ ବୃତ୍ତିଗତ ସଙ୍କଟ ବାହାନା କରି ମହିଳାଙ୍କଠାରୁ ଟଙ୍କା ମାଗିବାରେ ଲାଗିଲେ । ମହିଳା ସମୁଦାୟ 306 ବ୍ୟାଙ୍କ ଟ୍ରାନ୍ସଫର କରିଥିଲେ ଏବଂ 50 ଟି ବିଭିନ୍ନ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ଏହାଦ୍ବାରା ସମୁଦାୟ 4.4 କୋଟି ଟଙ୍କା ଦେଇଥିଲେ । ତେବେ ବୃଦ୍ଧାଜଣକ ନିଜ ସମ୍ପର୍କୀୟ ଏବଂ ବନ୍ଧୁଙ୍କ ଠାରୁ ଆଣି ଟଙ୍କା ଦେଇଥିଲେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଯେ, ବୃଦ୍ଧାଜଣକ କେବେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ ସାକ୍ଷାତ କରିନଥିଲେ । ଅନ୍ୟପଟେ ସ୍କାମର ମଧ୍ୟ କେବେ ଭିଡିଓ କଲ୍ ପାଇଁ ସହମତି ପ୍ରକାଶ କରିନଥିଲା । ଏହାପରେ ବୃଦ୍ଧାଜଣକ ଏନେଇ ନିଜ ବନ୍ଧୁଙ୍କୁ କହିଥିଲେ ଏବଂ ବନ୍ଧୁ ଏହା ସ୍କାମ ହୋଇଥିବା ଜାଣିପାରି ପୋଲିସକୁ ଖବର ଦେଇଥିଲେ । ଏହାପରେ ସମସ୍ତ ତଥ୍ୟ ସାମ୍ମାକୁ ଆସିଥିଲା ।