fbpx
BSKY SKY
BSKY SKY

ଭାରତୀୟ ପର୍ଯ୍ୟଟକଙ୍କ ଉପରେ ରୋକ୍ ଲଗାଇଲା ମାଲଦ୍ୱୀପ, ଭାଇରଲ୍ ହେଉଛି ମଜାଦାର୍ ମିମ୍ସ୍

BSKY

ନୂଆଦିଲ୍ଲୀ ୨୬ । ୪ (ଓଡ଼ିଶା ଭାସ୍କର) : ଅନ୍ୟ ଦେଶ ଅପେକ୍ଷା ଭାରତରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ ମଧ୍ୟ କରାଯାଇଛି । ବଢୁଥିବା ସଂକ୍ରମଣ ଯୋଗୁଁ ଅନେକ ସିଙ୍ଗାପୁର,କାନାଡା,ଇରାନ ଭଳି ଅନ୍ୟ କେତେକ ଦେଶ ଭାରତରୁ ଯାଉଥିବା ବିମାନ ଉପରେ ରୋକ ଲଗାଇଛନ୍ତି ।

ଏମାନଙ୍କ ସହ ଏବେ ମାଲଦ୍ୱୀପର ନାମ ଜୋଡି ହୋଇ ଯାଇଛି । ମାଲଦ୍ୱୀପ ପର୍ଯ୍ୟଟନ୍ ବିଭାଗ ରବିବାର ଦିନ ଭାରତୀୟ ପର୍ଯ୍ୟଟକଙ୍କ ଉପରେ କରୋନା ପାଇଁ କିଛି ଦିନ ରୋକ ଲାଗାଇଛନ୍ତି । ଏନେଇ ମାଲଦ୍ୱୀପ ସରକାର ସୂଚନା ଦେଇଛନ୍ତି ।

ଏହାସହ ବଲିଉଡର ଷ୍ଟାରମନେ ମାଲଦ୍ୱୀପରେ ଛୁଟି କାଟବା ନେଇ ୟୁଜର୍ସମାନେ ସେମାନଙ୍କୁ ଟ୍ରୋଲ କରୁଛନ୍ତି । ଏହାକୁ ନେଇ ଟ୍ୱିଟରେ ବଲିଉଡ ଷ୍ଟାରଙ୍କର ମଜାଦାର୍ ମିମ୍ସ୍ ଲଗାତାର ଭାବେ ଆସିବାରେ ଲାଗିଛି । ଲୋକମାନେ ଏହି ବଲିଉଡ କଳାକାରଙ୍କ ଭଲଭାବେ ମଜାକ ବନାଉଛନ୍ତି । ୟୁଜର୍ସମାନେ ଟ୍ୱିଟରେ ମିମ୍ସ୍  ଫେଷ୍ଟ ମନେଇବା ଆରମ୍ଭ କରିଦେଇଛନ୍ତି ।

କରୋନା ସମୟରେ ଷ୍ଟାରମନେ ଛୁଟି ମାନେଇବା ପାଇଁ ଯାଇଥିବାରୁ ଅଧିକ ମଜାକ୍ ବନାଉଛନ୍ତି ୟୁଜର୍ସ । ଏହି ଷ୍ଟାରମାନଙ୍କ ମଧ୍ୟରେ ଆଲିଆ ଭଟ୍ଟ, ଦିଶା ପାଟନି, ଟାଇଗର ଶ୍ରାଫଁ, ସାରା ଅଲି ଖାନ୍, ରଣବୀର କପୁର ଏବଂ ଜାହ୍ନୱୀ କପୁର ସାମିଲ ଅଛନ୍ତି ।

Get real time updates directly on you device, subscribe now.