fbpx

ମାଲକାନଗିରି ଓ କୋରାପୁଟ ଗସ୍ତରେ ୫ଟି ସଚିବ ଓ ଉନ୍ନୟନ କମିସନର

ମାଲକାନଗିରି, ୨୩ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ କରୋନା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ ପାଇଁ ସରକାର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏବଂ ସେହି କୋଭିଡ଼ ହସ୍ପିଟାଲର କାର୍ଯ୍ୟ ଠିକ୍ ଭାବେ ପରିଚାଳିତ ହେଉଛିକି ନାହିଁ ତାହାର ତଦାରଖ କରୁଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ଏନେଇ ଆଜି ମାଲକାନଗିରି ଓ କୋରାପୁଟ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଓ ଉନ୍ନୟନ କମିସନର ସୁରେଶ ମହାପାତ୍ର । କୋରାପୁଟରେ ସେମାନେ ପହଞ୍ଚି କୋଭିଡ଼ ହସ୍ପିଟାଲର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । କୋରାପୁଟରେ ୧୫୦ଶଯ୍ୟା ଓ ୪ଟି ଆଇସିୟୁ ବିଶିଷ୍ଟ କୋଭିଡ଼ ହସ୍ପିଟାଲ ରହିଛି । ସେହିପରି ମାଲକାନଗିରିରେ ମଧ୍ୟ ପହଞ୍ଚି କୋଭିଡ଼ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ।

Get real time updates directly on you device, subscribe now.