fbpx

ମୋବାଇଲ ନେଟୱାର୍କ ପାଇଁ ନିମ୍ବ ଗଛରେ ଚଢ଼ି ପାଠ ପଢ଼ାଇଲେ ଶିକ୍ଷକ

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର): ଲକ ଡାଉନ ପାଇଁ ସ୍କୁଲ କଲେଜ ବନ୍ଦ । ସରକାର ଅନ ଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଉଛନ୍ତି । ଯାହା ଫଳରେ ପିଲାଙ୍କ ପାଠପଢ଼ା ଚାଲିପାରିବ । କିନ୍ତୁ ଅନ ଲାଇନ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରୁଛି ମୋବାଇଲ ନେଟୱର୍କ । ବହୁ ସ୍ଥାନରେ ଏଥିପାଇଁ ଇଣ୍ଟରନେଟ କନେକସନ ଦୁର୍ବଳ ରହୁଛି । ଏଭଳି ସମସ୍ୟାର ବି ସମ୍ମୁଖୀନ କେଲକାତାର ଶିକ୍ଷକ ସୁବ୍ରତ ପତି । ୩୫ ବର୍ଷୀୟ ସୁବ୍ରତ ଇତିହାସ ଶିକ୍ଷକ । ଲକ ଡାଉନ ଘୋଷଣା ହେବା ପରେ କୋଲକାତାରୁ ୨୦୦ କିଲୋମିଟର ଦୂରରେ ଥିବା ନିଜ ଗାଁକୁ ଚାଲିଯାଇଥିଲେ । ଏବେ ସ୍କୁଲ ପକ୍ଷରୁ ତାଙ୍କୁ ଅନ ଲାଇନରେ ପଢ଼ାଇବାକୁ ନିର୍ଦ୍ଦେଶ ଆସିଲା । କିନ୍ତୁ ସୁବ୍ରତଙ୍କ ଗାଁରେ ଇଣ୍ଟରନେଟ ତ ଦୂରର କଥା ମୋବାଇଲ ନେଟୱର୍କ ବି ଭଲଭାବେ ଆସୁନଥିଲା । ତେଣୁ ବୁଦ୍ଧି ଲଗାଇଲେ ସୁବ୍ରତ । ନିଜ ଗାଁରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ିଗଲେ । ସେଠି ନେଟୱକ ବି ଆସଲା ଇଣ୍ଟରନେଟ ବି । ବାସ ସୁୂବ୍ରତ ଗଛ ଉପରେ ଏକ ମଂଚା ବାନ୍ଧିଦେଲେ । ତା ଉପରେ ବସି ପିଲାଙ୍କର ନେଲେ ଅନ ଲାଇନ କ୍ଳାସ ।

Get real time updates directly on you device, subscribe now.