fbpx

୬ ମାସର ଶିଶୁକୁ କରୋନା: ୧୮ ଡାକ୍ତର ସମେତ ୫୪ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନ୍

ଚଣ୍ଡିଗଡ,୨୩ ।୪: ଚଣ୍ଡିଗଡ ପିଜିଆଇରେ ୬ ମାସର ଶିଶୁର ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ତା ସଂସ୍ପର୍ଶରେ ଆସିଥିବା ମେଡିକାଲର ୫୪ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହି ଷ୍ଟାଫମାନଙ୍କ ମଧ୍ୟରେ ୧୮ ଜଣ ଡାକ୍ତର ଥିବା ଜଣାପଡିଛି । ତେବେ ମେଡିକାଲରେ ଶିଶୁଟିର ହାର୍ଟ ସର୍ଜରୀ ପାଇଁ ଆଡମିସନ କରାଯାଇଥିଲା । ବୁଧବାର ଦିନ ଶିଶୁଟିର ରିପୋର୍ଟ ପଜିଟିଭ୍ ଆସିବା ପରେ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଶିଶୁଟିର ଜନ୍ମରୁ ହାର୍ଟ ଜନିତ ସମସ୍ୟା ଥିବା ବେଳେ ନିକଟରେ ତାକୁ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା । ପ୍ରଥମେ ତାକୁ ଲୁଧିୟାନାର ଏକ ମେଡିକାଲରେ ୩୯ ଦିନ ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସ୍ୱାସ୍ଥ୍ୟରେ କୌଣସି ସୁଧାର ନଆସିବାରୁ ଶିଶୁକୁ ପିଜିଆଇକୁ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.