fbpx

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବଡ଼ ଘୋଷଣା; ୱାୟନାଡ଼ରୁ ଇସ୍ତଫା ଦେବେ ରାହୁଲ ଗାନ୍ଧୀ, ନିର୍ବାଚନ ଲଢ଼ିବେ ପ୍ରିୟଙ୍କା

Advertisement

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବଡ଼ ଘୋଷଣା, ଇସ୍ତଫା ଦେବେ ରାହୁଲ ଗାନ୍ଧୀ । ସେପଟେ ୱାୟନାଡ଼ରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ । ସୋମବାର ଘୋଷଣା କରିଛନ୍ତି ଯେ ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକସଭା ଆସନ ଛାଡି ରାୟବରେଲିରୁ ସାଂସଦ ହେବେ । ଏହା ସହ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ୱାୟନାଡରୁ ନିର୍ବାଚନ ଲଢ଼ିବେ ବୋଲି ଖଡ଼ଗେ ବଡ଼ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ କେରଳର ୱାୟନାଡ ଏବଂ ଉତ୍ତରପ୍ରଦେଶର ରାଏବରେଲିରୁ ବିଜୟୀ ହୋଇଥିଲେ । ଆଇନ ଅନୁଯାୟୀ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିଛି । ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ଇସ୍ତଫା ଦେବେ ।

 

Get real time updates directly on you device, subscribe now.