fbpx

ମାଲ୍ୟା ହେଲେ ଦେବାଳିଆ, ଲଣ୍ଡନ କୋର୍ଟ କଲା ଘୋଷଣା

ନୂଆଦିଲ୍ଲୀ: ଉଦ୍ୟୋଗପତି ବିଜୟ ମାଲ୍ୟାଙ୍କୁ ଲଣ୍ଡନ କୋର୍ଟରୁ ମିଳିଲା ବଡ ଝଟକା । ଆଜି ପଳାତକ ବିଜୟ ମାଲ୍ୟାଙ୍କୁ କୋର୍ଟ ଦେବାଳିଆ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ମାଲ୍ୟାଙ୍କର ସମସ୍ତ ସମ୍ପତ୍ତିକୁ ଜବତ କରିବାର ରାସ୍ତା ସଫା ହୋଇଯାଇଛି । ଏଥିରେ ଭାରତୀୟ ବ୍ୟାଙ୍କ ଗୁଡ଼ିକ ଦେଇଥିବା ଋଣ ବାବଦ ଅର୍ଥ ଆଦାୟ କରିପାରିବେ ବୋଲି ଘୋଷଣା କରିଛନ୍ତି ଲଣ୍ଡନର ଚିଫ୍ ଇନସୋଲଭେନ୍ସିଜ୍ ଆଣ୍ଡ୍ କମ୍ପାନିଜ୍ କୋର୍ଟ । ମାଲ୍ୟା କିଙ୍ଗ ଫିସର୍ ସମେତ ଅନ୍ୟ ବିଜନେସ୍ ପାଇଁ ୧୩ରୁ ଉଦ୍ଧ୍ୱର୍ ବ୍ୟାଙ୍କ ଗୁଡିକରୁ ୯,୦୦୦ କୋଟି ଟଙ୍କାର ଋଣ ଆଣିଥିଲେ ।

ସୂଚନା ମୁତାବକ, କମ୍ପାନି କ୍ଷତି ସହିବାରୁ ଯେଉଁସବୁ ବ୍ୟାଙ୍କ୍ ରୁ ଋଣ ଆଣିଥିଲେ ସେସବୁ ପରିଶୋଧ ନକରି ଫାଙ୍କିବା ସହ ବାକିଥିବା ଟ୍ୟାକ୍ସ ମଧ୍ୟ ଫାଙ୍କି ଥିଲେ । ଫଳରେ ଦୀର୍ଘ ଦିନ ହେବ ସେ ଲଣ୍ଡନରେ ଶରଣାର୍ଥୀ ଭାବେ ରହି ଆସୁଥିଲେ । ତାଙ୍କ ବିରୋଧରେ ଭାରତ ପକ୍ଷରୁ ଏକାଧିକ ମାମଲା ଦାଏର ହେବା ପରେ ଏହି ମାମଲା ଲଣ୍ଡନ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା । ଭାରତୀୟ ବ୍ୟାଙ୍କ ଗୁଡିକର ପ୍ରତିନିଧିତ୍ୱ କରୁଥିବା ଟିଏଲଟି, ଏଲଏଲପି ପକ୍ଷରୁ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିବାକୁ ଅପିଲ କରାଯାଇଥିଲା । ଏହା ଉପରେ ବିଚାର କରି ଶେଷରେ ଲଣ୍ଡନ୍ କୋର୍ଟ ତାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.