fbpx
BSKY SKY
BSKY SKY

Instagram ପୋଷ୍ଟରୁ ଟଙ୍କା ରୋଜଗାର କରିବାର ଫର୍ମୂଲା ଜାଣନ୍ତୁ, ଅଧିକ ଫଲୋଅର୍ସ ଆବଶ୍ୟକ ନାହିଁ

BSKY

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ବ୍ୟବହାର ବହୁତ ବଢ଼ିଯାଇଛି । ତେବେ ପ୍ରାୟ ଅଧିକାଂଶ ଲୋକ ଫେସବୁକ, ହ୍ୱାଟସଆପ ଓ ଇନଷ୍ଟଗ୍ରାମକୁ ମନୋରଞ୍ଜନ ତଥା ସମୟ ଅତିବାହିତର ଏକ ମାଧ୍ୟମ ବୋଲି ଧରିନେଇଛନ୍ତି । ତେବେ ଆପଣମାନେ ହୁଏତ ଏକଥା ଜାଣିନଥିବେ ଯେ, ଇନଷ୍ଟାଗ୍ରାମ ପୋଷ୍ଟରୁ ଆପଣମାନେ ବହୁତ ଟଙ୍କା ରୋଜଗାର କରିପାରିବେ । ବଡ଼ ବଡ଼ ସେଲିବ୍ରେଟିମାନଙ୍କର ଗୋଟିଏ ଇନଷ୍ଟାଗ୍ରାମର ପୋଷ୍ଟର ଭାଲ୍ୟୁ ବିଷୟରେ ଜାଣିଲେ ଆପଣମାନେ ମୁଣ୍ଡରେ ହାତ ଦେବା ଥୟ ।

– ଯଦି ଆପଣଙ୍କର ଇନଷ୍ଟାଗ୍ରାମରେ ପାଖାପାଖି ୧ ହଜାର ଫଲୋଅର୍ସ ରହିବା ସହ ଅଧିକ ଏନଗେଜମେଣ୍ଟ ରହିଥିବ, ତେବେ ଆପଣ ଆରାମରେ ଏଥିରୁ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ଇନଫ୍ଲୁଏନ୍ସର ହେବାକୁ ପଡ଼ିବ । ଅର୍ଥାତ ସୋସିଆଲ ମିଡିଆ ଇନଫ୍ଲୁଏନ୍ସ ହୋଇ ଆପଣ ନିଜର ଅନଲାଇନ୍ ଫଲୋଅର୍ସଙ୍କୁ ପ୍ରଭାବିତ କରିପାରିବେ । ଯଦି ଆପଣଙ୍କର ଗୋଟିଏ ପୋଷ୍ଟ ୧ ହଜାର ଫଲୋଅର୍ସଙ୍କୁ ପ୍ରଭାବିତ କରିପାରୁଛି, ତେବେ ଆପଣ ଯେ କୌଣସି ବ୍ରାଣ୍ଡର ପ୍ରଡକ୍ଟକୁ ନିଜ ପ୍ରୋଫାଇଲରେ ପ୍ରମୋଟ୍ କରିପାରିବେ । ଫଲୋଅର୍ସ ଓ ଏନଗେଜମେଣ୍ଟ ହିସାବରେ ପ୍ରତ୍ୟେକ ପୋଷ୍ଟର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । ଯଦି ଆପଣଙ୍କ ପାଖରେ ଭଲ ଫଲୋଅର୍ସ ଓ ଏନଗେଜମେଣ୍ଟ ରହିଥାଏ, ତେବେ ଆପଣ ପ୍ରତ୍ୟେକ ପୋଷ୍ଟରୁ ୧ ହଜାରର ଟଙ୍କା ପର୍ଯ୍ୟନ୍ତ କମାଇ ପାରିବେ ।

– ଏହାଛଡ଼ା ଆଫିଲିଏଟ୍ ମାର୍କେଟିଂ ଦ୍ୱାରା ଅର୍ଥ ରୋଜଗାର କରିପାରିବେ । ଆଫିଲିଏଟ୍ ମାର୍କେଟିଂରେ ଆପଣ ଏକ ବ୍ରାଣ୍ଡର ପ୍ରଚାର ଅପେକ୍ଷା ତା’ର ପ୍ରଡକ୍ଟ ବିକ୍ରିକୁ ଅଧିକ ପ୍ରାଧାନ୍ୟ ଦେବାକୁ ପଡ଼ିଥାଏ । ଏଥିପାଇଁ ଆପଣଙ୍କୁ କମ୍ପାନୀ ପକ୍ଷରୁ ଉକ୍ତ ପ୍ରଡକ୍ଟର ଏକ ଲିଙ୍କ ଦିଆଯାଇଥାଏ । ଆପଣ ନିଜ ଫଲୋଅର୍ସମାନଙ୍କୁ ଉକ୍ତ ପ୍ରଡକ୍ଟ କିଣିବା ପାଇଁ ଅନୁରୋଧ କରିପାରିବେ । ଯଦି କୌଣସି ଫଲୋଅର୍ସ ଉକ୍ତ ଲିଙ୍କ ମାଧ୍ୟମରେ ପ୍ରଡକ୍ଟ କିଣେ, ତେବେ ଏ କ୍ଷେତ୍ରରେ ଆପଣଙ୍କୁ କମ୍ପାନୀ ପକ୍ଷରୁ କମିଶନ ମିଳିଥାଏ ।

– ଯଦି ଆପଣଙ୍କର ଫଟୋଗ୍ରାଫି ସଉକ ଥାଏ, ତେବେ ଆପଣ ଇନଷ୍ଟାଗ୍ରାମରେ ତାହାକୁ ବିକ୍ରି କରି ଅର୍ଥ ରୋଜଗାର କରିପାରିବେ । ଏହାଛଡ଼ା ଆପଣ ଇନଷ୍ଟାଗ୍ରାମରେ ଭିଡିଓ, ଆନିମେସନ, ପେଣ୍ଟିଂ, ଫଟୋ, ସେଲ୍ଫି, ଭିଜୁଆଲ କଣ୍ଟେଣ୍ଟ ଆଦି ଦେଖାଇ ପାରିବେ । ଆପଣ ୱାଟରମାର୍କ ସହିତ ଆକର୍ଷଣୀୟ ଫଟୋ ଅପଲୋଡ୍ କରିପାରିବେ ।

– ଇନଷ୍ଟାଗ୍ରାମ ବ୍ୟବହାର କରି ଆପଣ ନିଜର ୱେବସାଇଟ୍ ବା ବ୍ଲକରେ ଟ୍ରାଫିକ ଆଣିବାରେ ସହାୟକ ହୋଇପାରିବେ । ଆପଣ ଚାହିଁଲେ ନିଜର କିଛି ବିଜିନେସକୁ ନିଜ ପ୍ରୋଫାଇଲରେ ପ୍ରମୋଟ କରିପାରିବେ । ଏହା ମାଧ୍ୟମରେ ଆପଣଙ୍କୁ ବିଜିନେସରେ ପ୍ରଫିଟ୍ ହେବା ସହ ଏଥିପାଇଁ ଅଧିକ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ ।

– ଇନଷ୍ଟାଗ୍ରାମରୁ ଅର୍ଥ ରୋଜଗାର କରିବାକୁ ହେଲେ ଆପଣଙ୍କୁ ଠିକ ଢଙ୍ଗରେ ପ୍ଲାନିଂ କରିବାକୁ ପଡ଼ିବ । ଅଧିକ ଦର୍ଶକଙ୍କ ଏନଗେଜମେଣ୍ଟ ପାଇଁ କ୍ୱାଲିଟି କଣ୍ଟେଣ୍ଟ ତିଆରି କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନର ପ୍ରତିଯୋଗିତାମୂଳକ ଜମାନାରେ ଆପଣ ଉପଯୁକ୍ତ ରିସର୍ଚ୍ଚ କରି ଲୋକଙ୍କୁ ଆକୃଷ୍ଟ କରିପାରୁଥିବା କଣ୍ଟେଣ୍ଟ ଦେଇପାରିଲେ, ଆପଣଙ୍କ ଇନକମକୁ କେହି ଅଟକାଇ ପାରିବେ ନାହିଁ ।

Get real time updates directly on you device, subscribe now.