fbpx

ପଚରଉଚରା ସମୟରେ ରାଜଙ୍କ ଉପରେ ଭଡକିଲେ ଶିଳ୍ପା, କହିଲେ- ବଦନାମ୍ କରିଦେଲ…..

ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଓ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି । ତାଙ୍କ ହ୍ୱାଟସଆପ୍ ଚାଟ୍ ଠାରୁ ଆରମ୍ଭ କରି ଫୋନ୍ କମ୍ପାନୀ ସବୁଠାରୁ ପ୍ରମାଣ ମିଳିବାରେ ପରେ ଏବେ ତାଙ୍କୁ ପଚରାଉଚରା କରାଯାଉଛି । ତେବେ ଆଜି ଅର୍ଥାତ୍ ଜୁଲାଇ ୨୭ ତାରିଖରେ ରାଜ କୁନ୍ଦ୍ରାଙ୍କର ଜାମିନ୍ କୁ ନେଇ ଶୁଣାଣି କରାଯିବ ।

ତେବେ ଜୁଲାଇ ୨୩ ତାରିଖରେ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପଚରାଉଚରା କରାଯାଇଥିଲା । ପର୍ଣ୍ଣ ଭିଡିଓ ସବୁକୁ ତିଆରି କରିବା ଏବଂ ସେସବୁକୁ ଆପ୍ ରେ ଅପଲୋଡ୍ କରିବା ସଂକ୍ରାନ୍ତରେ ପଚରାଉଚରା କରିଥିଲା । ଏହି ସମୟରେ ଶିଳ୍ପା ଏତେ ମାତ୍ରାରେ ରାଗି ଯାଇଥିଲେ ଯେ, ରାଜ୍ କୁନ୍ଦ୍ରାଙ୍କ ଉପରେ ପାଟି କରି କହିଥିଲେ ଯେ, “ବଦନାମ୍ କରିଦେଲ” ।

ଜୁଲାଇ ୨୩ ତାରିଖରେ କ୍ରାଇମବ୍ରାଞ୍ଚ ଜୁହୁରେ ଥିବା ଶିଳ୍ପାଙ୍କ ଘରେ ପହଞ୍ଚିଥିଲା, ସେତେବେଳେ ଶିଳ୍ପା , ରାଜ୍ ଙ୍କୁ ଦେଖି ଖୁବ୍ ଜୋରରେ ରାଗି ଯାଇଥିଲେ ଏବଂ ପାଟି କରିଥିଲେ । ଆଉ କହିଥିଲେ ଯେ, “ଏହି ମାମଲା ପରିବାରର ବଦନାମ୍ କରି ରଖିଦେଲା, ଅନେକ ବିଜନେସ୍ ଡିଲ୍ ହାତରୁ ଚାଲିଗଲା । ଏସବୁ କାହିଁକି କଲ ।” । ତେବେ ପୁଲିସ୍ କହିଛି ଯେ, ଏହି ମାମଲାରେ ଶିଳ୍ପାଙ୍କ କୌଣସି ରୋଲ୍ ନାହିଁ । ଏଥିରେ ସେ ସମ୍ପୃକ୍ତ ନାହାନ୍ତି ।

Get real time updates directly on you device, subscribe now.