fbpx

କୁପୋଷଣ ଶିଶୁଙ୍କ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର,୧୫ ।୨(ଓଡିଶା ଭାସ୍କର): ରାଜ୍ୟରେ କୁପୋଷଣ ଶିକାର ହୋଇଥିବା ଶିଶୁଙ୍କ ତାଲିକା ଦେଲେ ମନ୍ତ୍ରୀ । ସେ କହିଛନ୍ତି ଯେ, ୨୦୧୯ ସୁଦ୍ଧା ଅତିଶୟ କମ୍ ଓଜନର ଶିଶୁ ସଂଖ୍ୟା ୨୧,୯୦୧ ରହିଛି । କମ୍ ଓଜନର ଶିଶୁ ସଂଖ୍ୟା ୩ ଲକ୍ଷ ୭୫ ହଜାର ରହିଛି । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ଅତିଶୟ ୧୭୩୨ ଜଣ କମ୍ ଓଜନର ଶିଶୁ ରହିଛନ୍ତି । କମ୍ ଓଜନର ଶିଶୁ ସଂଖ୍ୟା ୩୭ ହଜାର ୨୬୯ ରହିଛି । କଳାହାଣ୍ଡିରେ ଅତିଶୟ କମ ଓଜନର ଶିଶୁ ସଂଖ୍ୟା ୨୦୬୬ ରହିଥିବା ବେଳେ କମ୍ ଓଜନର ୨୧ ହହାର ୩୨୪ ଜଣ ଶିଶୁ ରହିଛନ୍ତି ।’

ସେହିପରି ମା’ମାନଙ୍କ କ୍ଷେତ୍ରରେ କୁପୋଷଣର ଶିକାର ହାର ୪୧% ରହିଛି । ମାଳକାନଗିରିରେ ମା’ମାନଙ୍କ କୁପୋଷଣ ହାର ସର୍ବାଧିକ ୪୫.୯% ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.