fbpx

(Video) ମିଠା, ଲସି, ଦହି, ରୋଗୀ ଚିକିତ୍ସା ସବୁଥିରେ GST: ତେବେ ମରିବା ଉପରେ କେତେ GST ଲାଗିବ: ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ଅହି-ନକୁଳ ସମ୍ପର୍କ ବିଷୟରେ କାହାକୁ ବା ଅଜଣା । ତେବେ ନିକଟରେ ଶହୀଦ ଦିବସ ରାଲି ଅବସରରେ ଦିଦି କେନ୍ଦ୍ର ଉପରେ ବର୍ଷିଛନ୍ତି । ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ପକ୍ଷରୁ ଆୟୋଜିତ ହୋଇଥିବା ଏହି ରାଲିରେ ଦିଦି କେନ୍ଦ୍ର ସରକାରଙ୍କ ନୂଆ ଜିଏସଟି ନିୟମକୁ ସମାଲୋଚନା କରିଛନ୍ତି ।

ମମତା କହିଛନ୍ତି, ମିଠାଇ, ଲସି, ଦହି ଉପରେ ଜିଏସଟି ଲାଗିଛି । ଏବେ ଜନସାଧାରଣ ଖାଇବେ କ’ଣ? ଆସନ୍ତା ୨୦୨୪ରେ ଜନସାଧାରଣ ଇଲେକସନ ପାଇଁ ନୁହେଁ ବରଂ ରିଜେକସନ ପାଇଁ ଭୋଟ ଦେବା ଉଚିତ୍ । ଭାଜପା ପ୍ରତ୍ୟେକ ରାଜ୍ୟରେ ସରକାର ଭାଙ୍ଗିବା ପ୍ରୟାସରେ ରହିଛି । ମାତ୍ର ପଶ୍ଚିମବଙ୍ଗରେ ଟିଏମକୁ ହରାଇ ପାରିନାହିଁ । ଗତବର୍ଷ ବିଧାନସଭା ନିର୍ବାଚନରେ ଜନସାଧାରଣ ଗେରୁଆ ଦଳକୁ ଉଚିତ୍ ଶିକ୍ଷା ଦେଇଥିଲେ ।

ଭାଜପା ସରକାର ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗୁ କରିଛି । ଏହାଫଳରେ ଅନେକ ଦ୍ରବ୍ୟର ମୂଲ୍ୟ ବହୁତ ବଢ଼ିଯାଇଛି । ଯଦି ସବୁଥିରେ ଜିଏସଟି ଲାଗିବ, ତେବେ ଲୋକମାନେ ଖାଇବେ କ’ଣ? ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଲେ ବି ଜିଏସଟି ଲାଗୁଛି । ଯଦି ଏଭଳି ସ୍ଥିତି ଜାରି ରୁହେ, ତେବେ ଲୋକମାନେ ମରିବାରେ କେତେ ଜିଏସଟି ଲାଗିବ? ଲକ୍ଷ ଲକ୍ଷ ଲୋକଙ୍କ ଚାକିରିକୁ ବନ୍ଦ କରାଯାଇ ଅଗ୍ନିପଥ ସ୍କିମ ଅଣାଯାଇଛି । ମୋ ମତରେ ଆର୍ମିର କୌଣସି ବିକଳ୍ପ ନାହିଁ, ଆମି କେବଳ ଆର୍ମି ହୋଇଥାଏ ।

Get real time updates directly on you device, subscribe now.