fbpx
BSKY
BJD SHG SKY
BJD MC SKY

ମମତା ବାନାର୍ଜୀ ଆହତ: ହେଲିକପ୍ଟର ଜରୁରୀକାଳୀନ ଅବତରଣ ବେଳେ ପିଠି ଓ ଆଣ୍ଠୁରେ ଲାଗିଲା ଆଘାତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିବା ନେଇ ଖବର ଆସିଛି । ମମତାଙ୍କର ପିଠି ଓ ଆଣ୍ଠୁରେ ଆଘାତ ଲାଗିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ମମତାଙ୍କ ହେଲିକପ୍ଟର ଜଲପାଈଗୁଡ଼ିରୁ ବାଗଡୋଗରା ଅଭିମୁଖେ ଯାଉଥିଲା । ମାତ୍ର ପାଗ ଖରାପ କାରଣରୁ ଉତ୍ତର ବଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହି ସମୟରେ ମମତା ଆହତ ହୋଇଥିବା ଜଣାପଡ଼ିଛି ।

ତେବେ ମମତାଙ୍କ ହେଲିକପ୍ଟରକୁ ସାଲୁଗାଡ଼ା ସ୍ଥିତ ଆର୍ମି ଏୟାରବେସରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା । ଯାଞ୍ଚ କରିବା ପାଇଁ ମମତାଙ୍କୁ କୋଲକତା ବିମାନବନ୍ଦରରୁ ସିଧାସଳଖ କୋଲକତାର ଏସଏସକେଏମ ହସ୍ପିଟାଲକୁ ନିଆଯାଇଥିଲା । ହେଲିକପ୍ଟକୁ ଜରୁରୀକାଳୀନ ଅବତରଣ କରାଯାଉଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଆଘାତ ଲାଗିଥିଲା । ମମତାଙ୍କର ପିଠି ଓ ଆଣ୍ଠୁରେ ଆଘାତ ଲାଗିଥିବା କୁହାଯାଉଛି ।

ନିକଟରେ ପଶ୍ଚିବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । କୁଚବିହାରର ଦିନହାଟାରେ ମୁଖ୍ୟମନ୍ତ୍ରୀଙ୍କ ରାଲିର ଗୋଟିଏ ଦିନ ପରେ ଟିଏମସିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ଏହି ଗଣ୍ଡଗୋଳରେ ଜଣେ ଟିଏମସି କାର୍ଯ୍ୟକର୍ତ୍ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଆହତ ହୋଇଥିଲେ । ଆସନ୍ତା ମାସ ୮ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ହେବ । ଭୋଟ ପୂର୍ବରୁ ନାମାଙ୍କନ ସମୟରେ ସାରା ରାଜ୍ୟରେ ହିଂସା ଦେଖିବାକୁ ମିଳିଛି । ଦିନହାଟାର ଜରିଧଲ୍ଲାରେ ହୋଇଥିବା ହିଂସାକାଣ୍ଡରେ ଗୁଳିମାଡ଼ ହୋଇଥିଲା । ଫଳରେ ୫ ଜଣ ଲୋକ ଆହତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.