fbpx
BSKY
BJD SHG SKY
BJD MC SKY

ୟୁଟ୍ୟୁବ୍ ବାବାଙ୍କ ପର୍ଦ୍ଦାଫାଶ, କାହାକୁ ବ୍ୟାଙ୍କ ଏଜେଣ୍ଟ ତ କାହାକୁ ଈଶ୍ୱରଙ୍କ ପ୍ରତିନିଧି କହି ଠକି ନେଇଥିଲେ ୬ କୋଟି

ଗୁନା:ମଧ୍ୟପ୍ରଦେଶର ଗୁନା ପୋଲିସ କୋଟି କୋଟି ଟଙ୍କା ଠକିଥିବା ୟୁଟ୍ୟୁବ୍ ବାବା ଓରଫ ଯୋଗେଶ ମେହେଟ୍ଟାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଉଜୈନ, ରତଲାମ, ମନ୍ଦସୋର ସହିତ ବହୁ ସହରରେ ଲୋକମାନଙ୍କ ଠାରୁ ୫.୫୦ କୋଟିରୁ ଅଧିକ ଟଙ୍କା ଠକି ନେଇଛି । ତେବେ ଏହି ଧୂର୍ତ୍ତ ବାବାଙ୍କୁ ଧରିବା ପୋଲିସ ପକ୍ଷରେ ଏତେ ସହଜ ନ ଥିଲା । ଏହି ମାମଲା ସେତେବେଳେ ପୋଲିସ ନଜରକୁ ଆସିଥିଲା ଯେତେବେଳେ ଗୁନା ଜିଲ୍ଲା ମୃଗବାସ ନିବାସୀ ପୂଜା ପରିହାର ଏହି ବାବାଙ୍କ ଭାଣ୍ଡାମୀ ବିଷୟରେ ପୋଲିସରେ ରିପୋର୍ଟ ଲେଖାଇଥିଲେ ।
ମହିଳା ଜଣକ କହିଥିଲେ ଯେ, ମ୍ୟୁଚୁଆଲ୍ ଫଣ୍ଡ ନାମରେ ତାଙ୍କ ସହିତ ୫.୫୦ କୋଟି ଟଙ୍କାର ଧୋକାଦାରୀ ହୋଇଛି । ପୋଲିସକୁ ସେ କହିଥିଲେ , ବର୍ଷେ ପୂର୍ବେ ସେ ୟୁଟ୍ୟୁବରେ ଏକ ଭିଡିଓ ଦେଖିଥିଲେ । ଭିଡିଓରେ ଜଣେ ବାବା ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟା ଦୂର କରିପାରୁଥଇବା ନେଇ ଦାବୀ କରୁଥିଲେ । ଭିଡିଓର ଲିଙ୍କ ତଳେ ମୋବାଇଲ୍ ନମ୍ବର ଲେଖାଯାଇଥିଲା । ଯେତେବେଳେ ସେ ସେହି ମୋବାଇଲ୍ ନମ୍ବରରେ କଲ୍ କରିଥିଲେ ସେତେବେଳେ ଅନ୍ୟପଟୁ ଯୋଗେଶ ମେହେଟ୍ଟା ନାମକ ଜଣେ ବ୍ୟକ୍ତି ସହିତ ତାଙ୍କର କଥାବାର୍ତ୍ତା ହୋଇଥିଲା ।

ଯୋଗେଶ କହିଥିଲେ ସେ ଉଜୈନରେ ରୁହନ୍ତି ଓ ଆଇଡିବିଆଇ ବ୍ୟାଙ୍କରେ ଏଜେଣ୍ଟ ଅଛନ୍ତି । ଯୋଗେଶ ପୂଜାଙ୍କୁ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବାକୁ କହିଥିଲେ ଏବଂ କହିଥିଲେ ଲାଭ କମାଇବାକୁ ଚାହୁଁଥିଲେ ଏହାଠାରୁ ଭଲ ବିକଳ୍ପ ଆଉ କିଛି ତୁମକୁ ମିଳିବ ନାହିଁ । ପୂଜା ତାଙ୍କ କଥାକୁ ବିଶ୍ୱାସ କରି ଯୋଗେଶଙ୍କୁ ୫.୫୦ ଲକ୍ଷ ଟଙ୍କା ଅନଲାଇନ୍ ଟ୍ରାନ୍ସଫର୍ କରି ଦେଇଥିଲେ । କିନ୍ତୁ ଯୋଗେଶ ତାଙ୍କୁ ମ୍ୟଚୁଆଲ୍ ଫଣ୍ଡରେ ନିବେଶ କରିଥିବା ନେଇ କୌଣସି ରସିଦ କିମ୍ବା କୌଣସି ପଲିସି ଦେଇ ନ ଥିଲେ । ଏହି ଘଟଣାର ଏକ ବର୍ଷ ପରେ ଅର୍ଥାତ୍ ଜୁନ୍ ୨୩ରେ ପୀଡିତା ମୃଗବାସ ଥାନାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିଥିଲେ ।

ଏଫଆଇଆର୍ ଆଧାରରେ ଯେତେବେଳେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା ସେତେବେଳେ ଏହି ଭଣ୍ଡ ୟୁଟ୍ୟୁବ ବାବାବା ପର୍ଦ୍ଦାଫାଶ ହୋଇଥିଲା । ୟୁଟ୍ୟୁବ୍ ଭିଡିଓରେ ଯେଉଁ ମୋବାଇଲ୍ ନମ୍ବର ଥିଲା ତାହାର କଲ୍ ଡିଟେଲସ୍ କଢା ଯାଇଥିଲା । ଅଭିଯୁକ୍ତର ପତ୍ନୀଙ୍କ ମୋବାଇଲ୍ ନମ୍ବର ବି ପୋଲିସକୁ ମିଳି ଯାଇଥିଲା । ପୋଲିସ ପଚରାଉଚୁରା କରି ଜାଣି ପାରିଥିଲା ଯେ, ଯୋଗେଶ ମେହେଟ୍ଟା କିଛି ଦିନ ଧରି କେଉଁଆଡେ ଗାଏବ ହୋଇଯାଇଛି । ଏହାପରେ ପୋଲିସକୁ ଯୋଗେଶର ପତ୍ନୀର କଲ୍ ଡିଟେଲସ୍ ରୁ ଉତ୍ତର ପ୍ରଦେଶରୁ ୩ ଜଣଙ୍କ ଫୋନ୍ ନମ୍ବର ମିଳିଥିଲା ଯାହାଙ୍କ ସହ ଯୋଗେଶ ଲଗାତର ଲିଙ୍କରେ ଥିଲା ।

ପୋଲିସ ଛାନଭିନରୁ ଜଣାପଡିଥିଲା ଯୋଗେଶ ଓରଫ ୟୁଟ୍ୟୁବ୍ ବାବାଙ୍କର ଉତ୍ତରପ୍ରଦେଶରେ ବି ଯୋଗାଯୋଗ ଥିଲା । ଯେଉଁ ସିମ୍ କାର୍ଡ ଯୋଗେଶ ବ୍ୟବହାର କରୁଥଇଲା ତାହା କେହି ଜଣେ ଅଙ୍କିତ ନାମରେ ଥିଲା । ତିନି ମୋବାଇଲ୍ ନମ୍ବରରୁ ଏପରି ଏକ ନମ୍ବର ଥିଲା ଯାହା ଉତ୍ତରପ୍ରଦେଶରୁ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ପର୍ଯ୍ୟନ୍ତ ଚାଲୁଥିଲା । ପୋଲିସକୁ ସକ୍ ହେବାରୁ ସେ ଏହି ଫୋନ୍ ଲୋକେସନ୍ ରେ ଭୋପାଳର ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ଭୋପାଳର ଏକ ହୋଟେଲରେ ଏହି ୟୁଟ୍ୟୁବ୍ ବାବା ରହୁଥିଲା ଓ ତନ୍ତ୍ର ମନ୍ତ୍ର କରି ଲୋକଙ୍କୁ ଠକୁଥିଲା । ଏହିଠାରୁ ପୋଲିସ ତାକୁ ଗିରଫ କରିଥିଲା ।
ପୋଲିସ ପଚରା ଉଚୁରା ପରେ ଜାଣି ପାରିଛି ଯୋଗେଶ ତନ୍ତ୍ର ମନ୍ତ୍ର ନାଟକ ଓ ଜିଭ କାଟିବାରେ ବି ଦକ୍ଷ ଥିଲା । ସେ ବହୁ ସମୟରେ ଉଜୈନର ଭୈରବ ବାବା ମନ୍ଦିର ଓ ବଡ ନଗର ମହାକାଳୀ ମନ୍ଦିର ବି ଯାଉଥିଲା । ତା ଦେହରେ ଭୈରବ ବାବା ଓ ମା ମହାକାଳୀ ପ୍ରବେଶ କରୁଥିଲେ ବୋଲି କହି ସେ ଲୋକଙ୍କୁ ଠକୁଥିଲା ।

Get real time updates directly on you device, subscribe now.