fbpx

ମମତା ବାନାର୍ଜୀଙ୍କ ନଜର ୨୦୨୪ ନିର୍ବାଚନ ଉପରେ, ଦିଲ୍ଲୀରେ ହେବ NWCର ଦ୍ଵିତୀୟ ବୈଠକ

କୋଲକାତା: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସଂପ୍ରତି ବିବାଦ ଦେଇ ଗତି କରୁଛି। କିଛି ଦିନ ତଳେ ପାର୍ଟିର ଆଭ୍ୟନ୍ତରୀଣ କନ୍ଦଳ ବାହାରକୁ ଆସିଛି। ଏହା ମଧ୍ୟରେ ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ ଜାତୀୟ କାର‌୍ୟ୍ୟକାରିଣୀ କମିଟିର ଦ୍ଵିତୀୟ ବୈଠକ ଡକାଇଛନ୍ତି। ମମତା ବାନାର୍ଜୀ ୨୦୨୪ ସାଧାରଣ ନିର୍ବାଚନ ଉପରେ ଫୋକସ୍ କରିବାକୁ ଚାହାନ୍ତି ଏବଂ ଦେଶବ୍ୟାପୀ ପାର୍ଟିର ବିସ୍ତାର କରିବାକୁ ଚାହାନ୍ତି। ଏଥର ଗୋଆରେ ଟିଏମସି ନିର୍ବାଚନ ଲଢୁଛି।

ସୂତ୍ର ମୁତାବକ ମାର୍ଚ୍ଚ ୧୦ରେ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ପାର୍ଟି କାର୍ଯ୍ୟକାରିଣୀ କମିଟିର ଦ୍ଵିତୀୟ ବୈଠକ ନୂଆଦିଲ୍ଲୀରେ ହେବାକୁ ଯାଉଛି। ଏହି ସମୟରେ ସେ ଅନେକ ବଡ ନେତାଙ୍କ ସାକ୍ଷାତ କରି ପାରନ୍ତି। ଗତ ବୈଠକରେ ମମତା ବାନାର୍ଜୀ ପାର୍ଟି ନେତାଙ୍କୁ କେନ୍ଦ୍ରରେ ଅଧିକ ସକ୍ରିୟ ରହିବାକୁ କହିଥିଲେ।

ଦିଲ୍ଲୀରେ ଏହି ବୈଠକକୁ ଦୃଷ୍ଟିରେ ରଖି ଜାତୀୟ ମୁଖପାତ୍ରଙ୍କ ଏକ ଟିମ୍ ଗଠନ କରାଯାଇଛି। ଏଥିରେ ମହୁଆ ମୋଇତ୍ରା, ଶୁଖେନ୍ଦୁ ଶେଖର ରାୟ ଏବଂ କାକୋଲି ଘୋଷ ଦସ୍ତିଦାର ସାମିଲ୍। ଦସ୍ତିଦାର ନିକଟରେ ପାର୍ଟିର ମୁଖପାତ୍ର ହୋଇଛନ୍ତି।
ସୂଚନାଯୋଗ୍ୟ, ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ପୁନର୍ବାର ଜାତୀୟ ସାଧାରଣ ସଂପାଦକ କରାଯାଇଛି।

ଅନ୍ୟପଟେ ଯଶବନ୍ତ ସିହ୍ନା, ସୁବ୍ରତ ବକ୍ସି ଏବଂ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କୁ ଉପାଧ୍ୟାକ୍ଷ କରାଯାଇଛି। ମାର୍ଚ୍ଚ ୩୧ ପୂର୍ବରୁ ସମସ୍ତ ପଦାଧିକାରୀଙ୍କ ନାମ ନିର୍ବାଚନ ଆୟୋଗଙ୍କୁ ଦିଆଯିବ। ସିହ୍ନାଙ୍କୁ ବୈଦେଶିକ ବ୍ୟାପାର କମିଟି ଏବଂ ଅମିତ୍ ମିତ୍ରାଙ୍କୁ ଅର୍ଥନୀତି କମିଟିର ଅଧ୍ୟକ୍ଷ କରାଯାଇଛି।

Get real time updates directly on you device, subscribe now.