fbpx

ମମିତା ହତ୍ୟା ଘଟଣା: ମାଟିତଳୁ ମିଳିଲା ସୁନା ଚେନ୍ ଓ ପାଉଁଜି

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ଆଜି ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯାଇଥିଲା । ଏହି ଖୋଦେଇରେ ମାଟି ତଳୁ ଏକ ଦଗ୍ଧ ଶବ ଉଦ୍ଧାର ହୋଇଛି । ଶବଟି ମମିତାଙ୍କର କି ନୁହେଁ ସେନେଇ ତନାଘନା ଆରମ୍ଭ ହୋଇଯାଇଛି । ମମିତାଙ୍କ ପରିବାର ଲୋକଙ୍କୁ ଶବ ଚିହ୍ନଟ ପାଇଁ ଡକାଯାଇଛି । ତେବେ ଶବଟି ପୋଡି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇପାରେ । ତେବେ ଡିଏନଏ ଟେଷ୍ଟ କରାଯିବା ପରେ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ତେବେ ଇତି ମଧ୍ୟରେ ସୂଚନା ମିଳିଛି ଯେ, ମାଟି ତଳୁ ସୁନା ଚେନ୍ ଓ ପାଉଁଜି ମିଳିଛି । ତେଣୁ ଏଥିରୁ ଅନୁମାନ କରାଯାଉଛି ଯେ, ଶବଟି ଜଣେ ମହିଳାଙ୍କର ହୋଇଥିବ । ତେବେ ଡିଏନଏ ଟେଷ୍ଟ ପରେ ହିଁ ଜଣାପଡ଼ିବ ଯେ, ମୃତଦେହଟି ମମିତାଙ୍କର କି ନୁହେଁ । କିନ୍ତୁ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଯାହା ଆଶଙ୍କା କରାଯାଉଛି ଯେ, ଏହା ଏକ ଯୋଜନା ବଦ୍ଧ ହତ୍ୟା ଘଟଣା ।

ତେବେ ଆଜି ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ୍ ମିଳିତ ଭାବରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହା ଭିତରେ ମାଟି ତଳୁ ଏକ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ଶବଟି ମମିତାଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଅନ୍ୟପଟେ ମମିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସ୍ ଉପରେ ଚାପ ପଡ଼ୁଥିବାରୁ ତଦନ୍ତ ବାଟବଣା ହେଉଛି । ମନ୍ତ୍ରୀଙ୍କ ଚାପରେ ପୋଲିସ୍ ଗୋବିନ୍ଦଙ୍କୁ ଛାଡ଼ି ଦେଇଥିବା ସନ୍ଦେହ କରିଛନ୍ତି । ତେଣୁ ଚାପ ନ ପଡ଼ିଲେ ୧୦ ଘଣ୍ଟା ମଧ୍ୟରେ ସତ ସାମ୍ନାକୁ ଆସିବ ବୋଲି ପରିବାର ଲୋକେ କହିଛନ୍ତି ।

 

Get real time updates directly on you device, subscribe now.