fbpx

ଶିକ୍ଷୟତ୍ରୀ ହତ୍ୟା ଘଟଣା: ‘ପୋଲିସ୍ କହିଥିଲା ମୁହଁ ଖୋଲନି’- ମମିତାଙ୍କ ବଡ଼ବାପା

ବଲାଙ୍ଗୀର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣାରେ ଆଜି ହାଇସ୍କୁଲ ପରିସରରେ ଥିବା ଷ୍ଟାଡିୟମ୍ କୁ ଖୋଳାଯାଇଥିଲା । ତେବେ ଏହି ଖୋଦେଇ କରିବା ବେଳେ ମାଟିତଳୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ତେବେ ପାରପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଲାଗୁଛି ଏହା ଏକ ମହିଳାଙ୍କ ମୃତଦେହ । ତେଣୁ ସନ୍ଦେହ ଅଧିକ ଘନେଇବାରେ ଲାଗିଛି । ଉଦ୍ଧାର ହୋଇଥିବା ଗଳିତ ଶବଟିକୁ ପୋଡ଼ାଯିବା ପରେ ପୋତିଦିଆଯାଇଥିବା କୁହାଯାଇଛି । ଏହି କ୍ରମରେ ଘଟଣଶକୁ ନେଇ ମମିତା ମେହେରଙ୍କ ବଡବାପାଙ୍କ ଚାଞ୍ଚଲ୍ୟକର ବୟାନ ସାମନାକୁ ଆସିଛି ।

ମମିତାଙ୍କ ବଡ଼ବାପା କହିଛନ୍ତି ଯେ, ୯ ତାରିଖରେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ୍ ମାମଲାକୁ ରଖିନଥିଲେ । ଏହାପରେ ଆମେ ଗୋବିନ୍ଦ ସାହୁଙ୍କ ସହ ଯୋଗାଯୋଗ କରିଥିଲୁ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଛନ୍ତି, କିଛି ଅସୁବିଧା ହେବନି କହିଥିଲେ ଗୋବିନ୍ଦ । ପୋଲିସ୍ ମୁହଁ ନଖୋଲିବାକୁ କହିଥିଲେ ବଡ଼ବାପା । ସେ ଆଗକୁ କହିଛନ୍ତି ଯେ, ତଦନ୍ତରେ ସହଯୋଗ କରନ୍ତୁ, ମୁହଁ ଖୋଲନ୍ତୁନି କହିଥିଲେ ପୋଲିସ୍ । ଝିଅ ଜୀବିତ ଥିବା ଆଶ୍ୱାସନା ଦେଇଥିବା କହିଛନ୍ତି ମମିତାଙ୍କ ବଡ଼ବାପା ।

Get real time updates directly on you device, subscribe now.