fbpx

ହେପାଜତରୁ ଫେରାର୍ ମାରିବା ଘଟଣା, ଗୋବିନ୍ଦଙ୍କୁ ଧରାଇଲେ ମିଳିବ ୨୦ ହଜାର

ବଲାଙ୍ଗିର(ଓଡ଼ିଶା ଭାସ୍କର): ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସ ବ୍ୟାରେକରୁ ସ୍କୁଲ ସଭାପତି ଫେରାର୍ ନେଇ ତେଜିଛି ରାଜନୀତି । ଏହାରି ମଧ୍ୟରେ ଫେରାର ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କୁ ଧରିବାକୁ ତନାଘନା ଜାରି ରହିଛି । ମୋଷ୍ଟ ୱାଣ୍ଟେଡ୍ ଦର୍ଶାଇ ଗୋବିନ୍ଦର ଫଟୋ ଜାରି କରିଛି ପୋଲିସ । ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ସହ ଗୋବିନ୍ଦଙ୍କ ବାବଦରେ ସୂଚନା ଦେଲେ ୨୦ ହଜାର ଅର୍ଥ ରାଶି ଦିଆଯିବ ବୋଲି ଘୋଷଣା ହୋଇଛି । ବଲାଙ୍ଗିର ପୋଲିସ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି ।

ତେବେ ୮ ତାରିଖ ଶିକ୍ଷୟିତ୍ରୀ ସ୍କୁଲ ଯିବା ବେଳେ ଚନ୍ଦତରା ଛକ ନିକଟରୁ ନିଖୋଜ ହୋଇଥିଲେ । ୧୨ ତାରିଖରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ବଲାଙ୍ଗିର ପୋଲିସ କଳାହାଣ୍ଡିର ଆସି ସେଠାକାର ପୋଲିସ ସହିତ କଥାବାର୍ତ୍ତା ହେବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁକୁ ଉଠାଇ ନେଇଥିଲା । ମହାଲିଙ୍ଗରେ ଛାନଭିନ୍ ପରେ ତାଙ୍କ ଗାଡ଼ି ମଧ୍ୟ ଜବତ ହୋଇଥିଲା । । ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ । କିନ୍ତୁ ଟିଟିଲାଗଡ଼ ଥାନା ପୋଲିସ ବ୍ୟାରେକରୁ ସେ ଚମ୍ପଟ ମାରିଥିଲେ ।

Get real time updates directly on you device, subscribe now.