fbpx

ସାମାନ୍ୟ ବଚସାରୁ ସ୍ତ୍ରୀର ମୁଣ୍ଡରୁ ଗଣ୍ଡି ଅଲଗା କଲା ସ୍ୱାମୀ: ଜମିରେ ପଡିଛି ଶରୀର, ଘର ଦାଣ୍ଡରେ କଟାମୁଣ୍ଡ

ଗଜପତି: ଜଣେ ବ୍ୟକ୍ତି କ୍ରୋଧରେ ଆସି କେତେ ନୃଶଂସ ହୋଇପାରେ ତାହାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶିନଗର ବ୍ଳକ ସାରା ଗାଁ ରେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସାରୁ ସ୍ୱାମୀ ତା ସ୍ତ୍ରୀର ମୁଣ୍ଡରୁ ଗଣ୍ଡି ଅଲଗା ଦେଇଛି। ଜମିରେ ମୁଣ୍ଡ ବିହୀନ ଶରୀର ପଡିଥିବା ବେଳେ, ଘର ଦାଣ୍ଡରେ କଟାମୁଣ୍ଡ ପଡ଼ିଛି। ଏଭଳି ଘଟଣା ସାମ୍ନାକୁ ଆସିଲା ପରେ ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ଜିକୁ ଅଟକ ରଖି ପଚରାଉଚରା ପୋଲିସ କରୁଛି। ଏହି ଖବର ଏବେ ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁସାରେ, ଗୁରୁବାର ସକାଳେ ସ୍ୱାମୀସ୍ତ୍ରୀ ଦୁହେଁ ମିଶି ଚାଷଜମିକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ କୌଣସି କାରଣର ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉଗ୍ରରୂପ ନେଇଥିଲା। ଫଳରେ ଉତକ୍ଷିପ୍ତ ସ୍ୱାମୀ ଚନ୍ଦ୍ରଶେଖର କାର୍ଜି ଧରିଥିବା କଟୁରିରେ ସ୍ତ୍ରୀ ଉର୍ମିଳା କାର୍ଯିର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲା। ଏହାପରେ ଘଟଣାସ୍ଥଳରେ ଗଣ୍ଡିକୁ ଛାଡ଼ିଦେଇ କଟା ମୁଣ୍ଡକୁ ସାଙ୍ଗରେ ଧରି ଘରକୁ ଆସିଥିଲା।

ଖବର ପାଇବା ପରେ କାଶୀନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡ ବିଷୟରେ ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି ଯେ, ଚନ୍ଦ୍ରଶେଖର ଏବଂ ଉର୍ମିଳାଙ୍କ ବିବାହକୁ ୪ ବର୍ଷ ହୋଇଯାଇଥିଲେ ସୁଦ୍ଧା ସବୁବେଳେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଯାହାର କରୁଣ ପରିଣତି ଆଜି ଦେଖିବାକୁ ମିଳିଛି। ମୃତ ଉର୍ମିଳା ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ଯୀର ଦ୍ବିତୀୟ ପତ୍ନୀ ହୋଇଥିବା ବେଳେ ପ୍ରଥମ ପତ୍ନୀକୁ ପୂର୍ବରୁ ମରଣାନ୍ତକ ଆକ୍ରମଣ କରିଥିବା କାରଣରୁ ତାକୁ ଛାଡ଼ି ଚାଲିଯାଇଥିବା କୁହାଯାଇଛି।

 

Get real time updates directly on you device, subscribe now.