fbpx

ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଟପିଲା ବିରାଟଙ୍କ ଫଲୋର୍ସ ସଂଖ୍ୟା: କ୍ରିଷ୍ଟିଆନୋ ରୋନାଲଡୋ ଓ ଲିଓନେଲ ମେସିଙ୍କ ସହ ଦେଲେ ଯୋଗ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୨୫୦ ମିଲିୟନ ଫଲୋର୍ସ ପାର କରିଛି। ତେଣୁ ସେ ଏହି ରେସରେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଲିଓନେଲ ମେସିଙ୍କ ସହ ଯୋଗ ଦେଇଛନ୍ତି। ଟିମ୍ ଇଣ୍ଡିଆର ତାରକା ତଥା ବ୍ୟାଟ୍ସ ମ୍ୟାନ ବିରାଟ କୋହଲି ଇନଷ୍ଟାଗ୍ରାମର ଫଲୋର୍ସ ସଂଖ୍ୟାରେ ତୃତୀୟ ଆଥଲେଟ୍ ହୋଇଛନ୍ତି। ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ସେ ପ୍ରଥମ ଏସୀୟ ଭାବେ ପରିଚିତ।

ନିକଟରେ ବିରାଟ କୋହଲି ଇଣ୍ଡିଆନ ପ୍ରିମିୟମ ଲିଗ୍ ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ଦଳରେ ଖେଳୁଥିଲେ। ହେଲେ ଆରସିବି ଚଳିତ ବର୍ଷ ପ୍ଲେ ଅଫ କୁ କ୍ୱାଲିଫାଏ କରିପାରିନାହିଁ। ତେବେ ଆଗକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ରହିଛି, ତେଣୁ ବିରାଟ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଓଭାଲରେ ହେବାକୁ ଥିବା ଫାଇନାଲରେ ଭାରତ ଅଷ୍ଟେଲିଆକୁ ଭେଟିବ।

ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବା ବିରାଟ ୧୪ ମ୍ୟାଚରେ ୫୩.୨୫ ହାରରେ ୬୩୯ ରନ୍, ସ୍କୋର କରିଛନ୍ତି। ଯେଉଁଥିରେ ୬ ଅର୍ଦ୍ଧଶତକ ଏବଂ ଦୁଇଟି ଶତକ ସାମିଲ ରହିଛି। ସେହିଭଳି ବିରାଟ ଚଳିତ ସିଜିନରେ ଆଇପିଏଲରେ ତାଙ୍କର ୭୦୦୦ ରନ୍ ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ଏବଂ ତାଙ୍କ ପୂର୍ବତନ ସାଥୀ କ୍ରିସ୍ ଗେଲଙ୍କୁ ମଧ୍ୟ ସେ ଅତିକ୍ରମ କରି ଆଇପିଏଲ୍ ଇତିହାସରେ ସର୍ବାଧିକ ଶତକ ମାରିଥିବା ଖେଳାଳି ହୋଇଛନ୍ତି।

 

View this post on Instagram

 

A post shared by Virat Kohli (@virat.kohli)

Get real time updates directly on you device, subscribe now.