fbpx
BSKY
BJD MC SKY
BJD MS SKY

ମଦ ସହ ଚାଖଣା ନଆଣିବାରୁ ସାଙ୍ଗର ନେଲା ଜୀବନ

ତାମିଲନରାଡୁରେ ଜଣେ ସାଙ୍ଗ ନିଜର ପ୍ରିୟ ସାଙ୍ଗକୁ ହତ୍ୟା କରିଛି । ହତ୍ୟାର କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ମଦ ସହିତ ଚାଖଣାର ବ୍ୟବସ୍ଥା ନକରିବାକୁ ନିଜ ସାଙ୍ଗର ଗଳା କାଟିବାକୁ ପଛାଇନାହିଁ ଅଭିଯୁକ୍ତ । ତେବେ ତାମିଲନାଡୁ ଚେଙ୍ଗଲପୁରା ଜିଲ୍ଲାରେ ୩୮ ବର୍ଷର ବାସୁ ନିଜର ସାଙ୍ଗ ସହ ମିଶି ରିୟଲ ଷ୍ଟେଟ ବ୍ୟବସାୟ କରୁଥିଲେ । ଏହା ସହ ଆର୍ଥିକ କ୍ଷେତ୍ରରେ ବୃଦ୍ଧି କରିବାକୁ କ୍ୟାବ୍ ଡ୍ରାଇଭିଂ ଓ ଫୁଲ ବେପାର ମଧ୍ୟ କରୁଥିଲେ । ଲକ୍-ଡାଉନରେ ତାମିଲନାଡୁରେ ମଦ ଦୋକାନ ଖୋଲିବା ପରେ ଦୁହେଁ ମଦ ପିଇବାର ଯୋଜନା କରିଥିଲେ । ଦୁହେଁ ମଦ ପିଇବାକୁ ବିଲକୁ ଯାଇଥିଲେ, କିନ୍ତୁ ମଦ ସହ ଚାଖଣା ନଆଣିବାରୁ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ରାଗରେ ଆସି ନିଜ ସାଙ୍ଗକୁ ଛୁରିରେ ଗଳା କାଟି ହତ୍ୟା କରିବା ସହ ଘଟଣାସ୍ଥଳରରୁ ଫେରାର ହୋଇଥିଲା ବାସୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ବାସୁକୁ ଖୋଜିବାରେ ଲାଗିଛି ।

Get real time updates directly on you device, subscribe now.