fbpx

ମାଟ୍ରିକ ଖାତା ଦେଖିବାକୁ ଶିକ୍ଷକ ଅମଙ୍ଗ

ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ଆସନ୍ତା ମେ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । କିନ୍ତୁ ଆଜି ଖାତା ଦେଖିବାକୁ ଶିକ୍ଷକମାନେ ଅମଙ୍ଗ ହେଉଥିବା ଜଣାପଡ଼ିଛି । ଖାତା ଦେଖିବା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର କରିବାକୁ ଦାବି କରିଛନ୍ତି ଶିକ୍ଷକ । ୨ଟି ବ୍ଲକକୁ ମିଶାଇ ଗୋଟିଏ ପରୀକ୍ଷା କେନ୍ଦ୍ର କରିବାକୁ ସେମାନେ ଦାବି କରିଛନ୍ତି । ଏହାସହ ସାମାଜିକ ଦୂରତା ରକ୍ଷା ପାଇଁ ଅଧିକ କେନ୍ଦ୍ର କରିବାକୁ ସେମାନେ କହିଛନ୍ତି । ୬୦ଟି ପରୀକ୍ଷା କେନ୍ଦ୍ରରେ ଖାତାଦେଖା ବ୍ୟବସ୍ଥା ହୋଇଛି । କେନ୍ଦ୍ର ଭଳି ମଧ୍ୟ ଘରେ ଖାତା ଦେଖିବାକୁ ଅନୁମତି ଦେବାକୁ ଦାବି ହୋଇଛି । ଏନେଇ ଓଷ୍ଟା ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି ଦାବି କରିଛନ୍ତି ।
କିନ୍ତୁ ଅନ୍ୟପଟେ ୨୦ଦିନ ଭିତରେ ଖାତା ଦେଖା ସାରିବାକୁ ବୋର୍ଡ଼ ଟାର୍ଗେଟ ରଖିଛି । ଏନେଇ ଅଧିକ ୬ହଜାର ଶିକ୍ଷକଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଥିଲା । କିନ୍ତୁ ଆଜି ଶିକ୍ଷକମାନେ ଅମଙ୍ଗ ହେଉଥିବା ନେଇ ଜଣାପଡ଼ିଛି ।

Get real time updates directly on you device, subscribe now.