fbpx

ଆସନ୍ତାକାଲିଠାରୁ ଟ୍ୱିନ୍ ସିଟିରେ ଗଡ଼ିବ ବସ୍

ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ଟ୍ୱିନ ସିଟିରେ ଗଡ଼ିବ ବସ୍ । କଟକରୁ ଭୁବନେଶ୍ୱର ମଧ୍ୟରେ ବସ୍ ଗଡ଼ିବ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ୍ ଗଡ଼ିବ । ଗୋଟିଏ ବସ୍ ଚାଲିବ ଓ ବସ୍ ଭଡ଼ା ୩୦ଟଙ୍କା ନିଆଯିବ ବୋଲି ସୁଚନା ମିଳିଛି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ଅନ୍ୟପଟେ ଗ୍ରୀନ ଜୋନରେ ବସ୍ ଗଡ଼ିବା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଏହାସହ ବସ୍ ଭଡ଼ାକୁ ଦୁଇଗୁଣା କରିବା ପାଇଁ ବ୍ୟବସ୍ଥା ହୋଇଛି । ଦିନେ କି ଦୁଇ ଦିନ ଭିତରେ ଏହି ପ୍ରସଙ୍ଗରେ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.