fbpx

ହୋମ ଲୋନର EMI ଉପରେ ୧୦୦% ପର୍ଯ୍ୟନ୍ତ ରିହାତି ଘୋଷଣା

କରୋନା ସଙ୍କଟ ମଧ୍ୟରେ ଘର କିଣି EMI ପୈଠ କରୁପାରୁନଥିବା ଲୋକଙ୍କ ପାଇଁ ଖୁସିଖବର ଆଣିଦେଇଛନ୍ତି ରାଜସ୍ଥାନ ସରକାର । ହୋମ୍ ଲୋନ ନେଇଥିବା ଲୋକଙ୍କ ପାଇଁ ସରକାର ଏକ ସ୍ୱତନ୍ତ୍ର ଅଫର୍ ଲଞ୍ଚ କରିଛନ୍ତି । ଲୋକମାନଙ୍କୁ ଘର ଯୋଗାଇ ଦେଇଥିବା ରାଜସ୍ଥାନ ହାଉସିଂ ବୋର୍ଡ କରୋନା ସଙ୍କଟ ବେଳେ ଏକ ବମ୍ପର ଅଫର ଆରମ୍ଭ କରିଛି । ବୋର୍ଡର କମିଶନର ପୱନ ଅରୋରା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବଜେଟ ଘୋଷଣା ଅନୁଯାୟୀ ବୋର୍ଡର ସମସ୍ତ ବର୍ଗର କିସ୍ତିର ବକେୟା ସୁଧ ପରିମାଣ ଉପରେ ୫୦ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ । ଏ ସମ୍ପର୍କରେ ନଗର ଉନ୍ନୟନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ଲୋକମାନଙ୍କ ପାଇଁ ଏହି ଅଫର୍ ଲାଗୁ ହେବ ।

ସୂଚନା ଅନୁଯାୟୀ ଜାନୁୟାରୀ ୧ , ୨୦୦୧ ଠାରୁ EWS, LIG ​​ଏବଂ MIG-A ଘରଗୁଡ଼ିକରେ ବକେୟା ଥିବା କିସ୍ତିଗୁଡ଼ିକର ଏକଲକ୍ଷ ଟଙ୍କା ଜମା ଉପରେ ବୋର୍ଡ ଦ୍ୱାରା ଦିଆଯାଇଥିବା ସୁଧ ଉପରେ 100% ରିହାତି ଦିଆଯିବ | ସେହିଭଳି, MIG B ଏବଂ HIG ଙ୍କ ଘରେ ବକେୟା ଏକଲକ୍ଷ ଟଙ୍କା କିସ୍ତି ଜମା କରିବା ପାଇଁ ବୋର୍ଡ ଦ୍ୱାରା ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ ।

Get real time updates directly on you device, subscribe now.