fbpx

(Video) ହାତୀ ସହ ହାତର ସଂଘର୍ଷ: ଶେଷରେ ଜିତିଲା ମଣିଷ, ଏହା କ’ଣ ସମ୍ଭବ, ବଡ଼ ଝଟକା!

ନୂଆଦିଲ୍ଲୀ: ଆଜିକାଲି ମଣିଷ ସହିତ ଜୀବଜନ୍ତୁ ଓ ସରିସୃପଙ୍କର ଅନେକ ମଜାଳିଆ ତଥା ଭୟଙ୍କର ଭିଡିଓ ଦେଖିବାକୁ ମିଳୁଛି । ବେଳେବେଳେ ଜୀବଜନ୍ତୁଙ୍କର କିଛି ମଜାଳିଆ ତଥା ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ ତ ଆଉ କେତେବେଳେ ପଶୁପକ୍ଷୀଙ୍କର ଆକ୍ରମଣାତ୍ମକ ଦୃଶ୍ୟ ଦେଖିବାକୁ ମିଳିଥାଏ । ତେବେ ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଭିଡିଓରେ ମଣିଷ ଓ ହାତୀ ମଧ୍ୟରେ ଥିବା ନିଆରା ସମ୍ପର୍କ ଦେଖିବାକୁ ମିଳିଛି । ଏହି ଖବରର ଫଟୋକୁ ପ୍ରଥମେ ଯିଏ ଦେଖିବ ସେ ଦ୍ୱନ୍ଦ୍ୱରେ ପଡ଼ିବା ସ୍ୱାଭାବିକ । ଫଟୋକୁ ଦେଖିଲେ ଲାଗୁଛି ସତେ ଯେମିତି ଗୋଟିଏ ମଣିଷର ହାତକୁ ହାତୀ ତା’ର ଶୁଣ୍ଡରେ ଗୁଡ଼ାଇ ଦେଇଛି, ଆଉ ବିଚରା ମଣିଷ ହାତୀ କବଳରୁ କେମିତି ମୁକ୍ତି ପାଇବ ସେନେଇ ସଂଘର୍ଷ କରୁଛି । ମାତ୍ର ପ୍ରକୃତ ଘଟଣା କିନ୍ତୁ ସମ୍ପୂର୍ଣ୍ଣ ବିପରୀତ । ପ୍ରେମ, ସମ୍ପର୍କ, ଆନ୍ତରିକ ଭଲ ପାଇବାର ଶକ୍ତି ବଳରେ ମଣିଷ ହାତୀ ପରି ଏକ ବଳଶାଳୀ ଜୀବଠାରୁ ଜିତି ପାରିଛି ତାହା ଏହି ଭିଡିଓଟି ପ୍ରମାଣିତ କରୁଛି ।

ତେବେ ବାସ୍ତବ କଥା ହେଉଛି, ଛୁଆ ହାତୀଟି ଜଣେ କେୟାର ଟେକରଙ୍କ ହାତକୁ ଶୁଣ୍ଢରେ ଗୁଡ଼ାଇ ଖେଳୁଥିଲା । ଏହି ଭିଡିଓଟି ଶେୟାର ହେବା ପରେ ପାଖାପାଖି ୩୦ ଲକ୍ଷ ଭ୍ୟୁଜ୍ ମିଳିସାରିଲାଣି । ଭିଡିଓ ଦେଖିବାକୁ ୟୁଜର୍ସ ଭିନ୍ନ କମେଣ୍ଟ ଦେଉଛନ୍ତି । ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ଯେ କେତେ ନିବିଡ଼ ତାହା ଏହି ଭିଡିଓରୁ ପ୍ରମାଣିତ ହୋଇଛି । ଏପରି ଜଣେ କେୟାରିଂ ବନ୍ଧୁ ପାଇ ଛୋଟ ହାତୀଟି ଖୁବ୍ ଭାଗ୍ୟବାନ ବୋଲି ଜଣେ ୟୁଜର କମେଣ୍ଟ କରିଛନ୍ତି । ସେହିପରି ମଣିଷ-ହାତୀର ନିଆରା ସମ୍ପର୍କକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.