fbpx

(Video) କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଦୁର୍ଘଟଣା କେମିତି ଘଟିଥିଲା, ଦେଖନ୍ତୁ ଟ୍ରକ କେମିତି ଟକ୍କର ମାରୁଛି

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଆଜି ଜମ୍ମୁ କଶ୍ମୀର ଗସ୍ତରେ ଯାଇଥିବା ସମୟରେ ସେଠାରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କର କୌଣସି କ୍ଷତି ଘଟି ନଥିବା ବେଳେ ସେ ଏବେ ସୁସ୍ଥ ରହିଥିବା ଜଣାପଡ଼ିଛି । ଏକ ଟ୍ରକ କେନ୍ଦ୍ରମନ୍ତ୍ରୀଙ୍କ କାରକୁ ଟକ୍କର ମାରିବା ପରେ ସୁରକ୍ଷାକର୍ମୀମାନେ ସଙ୍ଗେସଙ୍ଗେ ରିଜିଜୁଙ୍କୁ ଅନ୍ୟ ଏକ କାରକୁ ଶିଫ୍ଟ କରିଦେଇଥିଲେ ।

ତେବେ ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଦୁର୍ଘଟଣା ସମୟରେ ଏକ ଭିଡିଓ ଏକ ସାମ୍ନାକୁ ଆସିଛି । କେନ୍ଦ୍ରମନ୍ତ୍ରୀଙ୍କ କାରକେଡ ଯାଉଥିବା ସମୟରେ ହଠାତ୍ ଏକ ଟ୍ରକ ତାଙ୍କ କାରକୁ ଟକ୍କର ମାରିଥିଲା । ସଙ୍ଗେସଙ୍ଗେ ସୁରକ୍ଷାକର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଦୁର୍ଘଟଣାଗ୍ରସ୍ତ କାରରୁ ଓହ୍ଲାଇ ଅନ୍ୟ ଏକ କାରରେ ବସାଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଦେଇଥିଲା ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ରିଜିଜୁ ଜମ୍ମୁ କଶ୍ମୀରର ରାମବନ ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ସମୟରେ ଅଚାନକ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା । ମାତ୍ର କେନ୍ଦ୍ରମନ୍ତ୍ରୀ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ସେ ଏବେ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛନ୍ତି ଓ ତାଙ୍କୁ କିଛି ବି ଆଘାତ ଲାଗି ନଥିଲା । କେନ୍ଦ୍ରମନ୍ତ୍ରୀଙ୍କ କାରକେଡ୍ ଯାଉଥିବା ସମୟରେ ରାମବନ ଜିଲ୍ଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । କାରକେଡ୍ ଯାଉଥିବା ସମୟରେ ଅଚାନକ ଏକ ଟ୍ରକ କେନ୍ଦ୍ରମନ୍ତ୍ରୀଙ୍କ କାରକୁ ଧକ୍କା ଦେଇଥିଲା ।

Get real time updates directly on you device, subscribe now.