fbpx
BSKY
BJD SHG SKY
BJD YOUTH SKY

(video)‘ଟ୍ରେନ୍‌ରେ ଅଣ୍ଡା ବିରିୟାନୀର ପ୍ରକୃତ ସତ’, ଭିଡିଓ ସେୟାର କରି ଯାତ୍ରୀ ଦେଲେ ରିଭ୍ୟୁ

ନୂଆଦିଲ୍ଲୀ: ଆଜି ବି ଆମ ଦେଶରେ ଲୋକମାନେ ଯାତ୍ରା କରିବା ଲାଗି ଟ୍ରେନକୁ ପ୍ରାଥମିକତା ଦେଉଛନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି । ଟ୍ରେନ୍‌ରେ ଯାତ୍ରା କରିବାକୁ ସମସ୍ତଙ୍କୁ ପ୍ରାୟତଃ ପସନ୍ଦ ହୋଇଥାଏ । କିନ୍ତୁ ଆପଣଙ୍କୁ ଯଦି ପଚରାଯିବ ଟ୍ରେନରେ କେଉଁ ଜିନିଷ ଆପଣଙ୍କୁ ପସନ୍ଦ ଆସେ ନାହିଁ ତେବେ ଅଧିକାଂଶ ଲୋକ ଖାଦ୍ୟପେୟର ନାମ ହିଁ ନେବେ । ଏହି କାରଣରୁ ଦୀର୍ଘ ଯାତ୍ରା ସମୟରେ ଲୋକମାନେ ନିଜ ଘରୁ ଖାଦ୍ୟ ପ୍ରସ୍ତୁତ କରି ନେଇଆସିଥାନ୍ତି । କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଟ୍ରେନର ଖାଦ୍ୟକୁ ଜୋରଦାର ପ୍ରଶଂସା କରୁଛନ୍ତି । କିନ୍ତୁ ଭିଡିଓ ଦେଖିବା ପରେ ଲୋକମାନେ ତାଙ୍କୁ ଜୋରଦାର ସମାଲୋଚନା କରିଛନ୍ତି ।

ଭିଡିଓରୁ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଟ୍ରେନ୍‌ରେ କାଟରିଂବାଲାଙ୍କ ଠାରୁ ଅଣ୍ଡା ବିରିୟାନୀ କିଣିଛନ୍ତି । ଏହା ଖାଇବା ପରେ ବ୍ୟକ୍ତି ଜଣକ ଖାଦ୍ୟର ଗୁଣଗାନ କରୁଛନ୍ତି । ଏହା ତାଙ୍କୁ ବହୁତ ସ୍ୱାଦିଷ୍ଟ ଲାଗିଲା ଓ ସେ ଅସଲ ବିରିୟାନୀର ସ୍ୱାଦ ପାଇଛନ୍ତି ବୋଲି କହିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

 

View this post on Instagram

 

A post shared by Rajbhar Ji (@swadkediwane)

ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ swadkediwane ନାମକ ପେଜ୍‌ରେ ସେୟାର କରାଯାଇଛି । ଭିଡିଓର କ୍ୟାପସନରେ ଲେଖାଯାଇଛି , ‘ଟ୍ରେନ୍‌ରେ ଅଣ୍ଡା ବିରିୟାନୀର ପ୍ରକୃତ ସତ’ । ଏ ପର୍ଯ୍ୟନ୍ତ ଏହି ଭିଡିଓକୁ ୭ ଲକ୍ଷ ୨୪ ହଜାର ଲୋକ ଦେଖିସାରିଲେଣି । ଭିଡିଓଟିକୁ ଦେଖିବା ପରେ ୟୁଜର ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର କମେଣ୍ଟ କରିଛନ୍ତି । ଲୋକମାନେ ଭାରତୀୟ ରେଲୱେର ଖାଦ୍ୟକୁ ସବୁଠାରୁ ଖରାପ ବୋଲି କହିଛନ୍ତି । ବହୁ ୟୁଜର ଲେଖିଛନ୍ତି ଏହି ବ୍ୟକ୍ତି ପୂର୍ବରୁ କେବେ ଅସଲି ବିରିୟାନୀ ଖାଇ ନ ଥିଲେ ବୋଧହୁଏ ।

Get real time updates directly on you device, subscribe now.