fbpx

Internet ଚାଲିବା ମାତ୍ରେ ପୁଣି ଜଳିଲା ମଣିପୁର: ଦଙ୍ଗା ବଢିବାରୁ ୧୩ ଜଣଙ୍କ ମୃତ୍ୟୁ

ମଣିପୁର: ୭ ମାସର ବ୍ୟବଧାନ ପରେ ପୁଣିଥରେ ହିଂସ୍ର ହୋଇ ଉଠିଛି ମଣିପୁର । ପୁଣିଥରେ ମଣିପୁରର ତେଙ୍ଗନୋଉପଲ ଜିଲ୍ଲାରେ ଆରମ୍ଭ ହୋଇଛି ଦଙ୍ଗା । ଦୁଇ ପକ୍ଷ ମଧ୍ୟରେ ଫାୟାରିଙ୍ଗ ହୋଇଥିବା ବେଳେ ଘଟଣାରେ ଅତି କମ୍ ରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । କାରଣ ବର୍ତ୍ତମାନ ସୁଦ୍ଧା ମୋଟ ୧୩ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ମୃତକମାନେ ଏଠାକାର ସ୍ଥାନୀୟ ବାସିନ୍ଦା ନୁହଁନ୍ତି ବୋଲି କୁହାଯାଇଛି । ତେବେ ଏହି ମାମଲାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ସୁରକ୍ଷାବଳର ଜଣେ ଅଧିକାରୀ କହିଛନ୍ତି ଯେ, ଏଠାରେ ଲେତିଥୁ ଗ୍ରାମ ନିକଟରେ ୨ଟି ଗୋଷ୍ଠୀ ମଧ୍ୟରେ ଫାୟାରିଙ୍ଗ ହୋଇଛି । ଫାୟାରିଙ୍ଗ ସୂଚନା ମିଳିବା ପରେ ଘଟଣାସ୍ଥଳରେ ସୁରକ୍ଷାବାହିନୀ ପହଞ୍ଚିଥିଲେ । ତେବେ ଘଟଣାସ୍ଥଳରୁ ମୋଟ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ନିକଟରୁ କୌଣସି ଅସ୍ତ୍ରଶସ୍ତ୍ର ମିଳିନାହିଁ । ସେହିପରି ମୃତକଙ୍କ ପରିଚୟ ମଧ୍ୟ ଚିହ୍ନଟ ହୋଇପାରି ନାହିଁ । ତେବେ ମୃତକ ମାନେ ସେହି ଅଞ୍ଚଳର ନୁହେଁ ବୋଲି ସ୍ପଷ୍ଟ ହୋଇଛି । ଅନ୍ୟ କେଉଁ ଅଞ୍ଚଳର ଲୋକେ ଏଠାକୁ ଆସି ଫାୟାରିଙ୍ଗ କରିବା ଘଟଣାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି ।

ଡିସେମ୍ବର ୩ ରେ ଟେଙ୍ଗନୁପାଲ ଜିଲ୍ଲାର କୁକି-ଜୋ ଆଦିବାସୀ ଗୋଷ୍ଠୀ ଭାରତ ସରକାର ଏବଂ UNLEF ମଧ୍ୟରେ ସ୍ୱାକ୍ଷରିତ ଶାନ୍ତି ଚୁକ୍ତିନାମାକୁ ସ୍ୱାଗତ କରିଥିଲେ। ସୂଚନା ଥାଉ କି, ୭ ମାସ ବ୍ୟବଧାନ ପରେ ରବିବାର ଦିନ ଏଠାରେ ମୋବାଇଲ ଇଣ୍ଟରନେଟ ସେବା ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ତେବେ କିଛି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ରହିଛି ।

Get real time updates directly on you device, subscribe now.